ବିଜେଡି ଆପଣାଇଲା କଂଗ୍ରେସ ଓ ବିଜେପି ଫଣ୍ଡା

ଭୁବନେଶ୍ୱର: ନିର୍ବାଚନୀ ଇସ୍ତାହାରରେ କେଉଁ ସବୁ ପ୍ରତିଶ୍ରୁତି ରଖିବ ବିଜେଡି ? ୧୯ ବର୍ଷ କ୍ଷମତାରେ ରହିବା ପରେ ସରକାର ବିରୋଧୀ ହାଓ୍ୱାର ସମ୍ମୁଖୀନ ହେଉଥିବା ବିଜେଡି ଏହାକୁ କିଭଳି କାଉଣ୍ଟର କରିବ ? ଏହା ଉପରେ କସରତ ଆରମ୍ଭ କରିଛି ବିଜେଡି।

ଆସନ୍ତାକାଲି ବିଜୁ ଜୟନ୍ତୀରେ ଦଳ ଆରମ୍ଭ କରିବ ଘରେ ଘରେ ଶଙ୍ଖ ଅଭିଯାନ। ପ୍ରାୟ ୮୬ ଲକ୍ଷ ପରିବାରରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକର୍ତ୍ତା ପହଞ୍ଚି ଇସ୍ତାହାର ସଂପର୍କରେ ମତାମତ ନେବେ। ପୂର୍ବରୁ କଂଗ୍ରେସ ଓ ବିଜେପି ବି ତୃଣମୂଳ ସ୍ତରରୁ ମତାମତ ନେଇ ଇସ୍ତାହାର ପ୍ରସ୍ତୁତିରେ ଲାଗିଛନ୍ତି, ଠିକ୍ ସେହି ଫର୍ମୁଲା ଆପଣାଇଛି ବିଜେଡି।

ହେଲେ ୧୪ ନିର୍ବାଚନୀ ଇସ୍ତାହାରର ସବୁ ପ୍ରତିଶ୍ରୁତିକୁ ପୂରଣ କରିଛି ବୋଲି ବିଜେଡି ଦାବି କରୁଥିବା ବେଳେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ, ସବୁ ପଂଚାୟତରେ ଗୋଦାମ ଘର, ସବୁ ବ୍ଲକ୍‌ରେ ଶୀତଳ ଭଣ୍ଡାର, ଶିକ୍ଷାନୁଷ୍ଠାନରେ କ୍ୟାରିଅର୍ କାଉନ୍‌ସେଲିଂ ସେଣ୍ଟର ଭଳି ପ୍ରତିଶ୍ରୁତି ପୂରଣ ହୋଇନାହିଁ।  ତେବେ ଓଲଟା ନିର୍ବାଚନୀ ପ୍ରତିଶୃତି ପୂରଣ କରିନଥିବା କହି ପରୋକ୍ଷରେ ବିଜେପିକୁ ସାମଲୋଚନା କରିଛି ଦଳ।

ବିଜେଡିର କାର୍ଯ୍ୟକ୍ରମକୁ କପି ପେଷ୍ଟ ବୋଲି କହି ବିଜେପି ସମାଲୋଚନା କରିଛି। କାହିଁକି ନା ଜନ ପରାମର୍ଶ ଯାତ୍ରା, ମନ୍ କେ ବାତ୍ ମୋଦି କେ ସାଥ୍ , ମୋ ଘର ବିଜେପି ପରିବାର, ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ବିଜେପି ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରୁଛି। କଂଗ୍ରେସ୍ ବି ଇସ୍ତାହାର ପ୍ରସ୍ତୁତି ପୂର୍ବରୁ ଜନ ଜାଗାରଣ ଯାତ୍ରା ମାଧ୍ୟମରେ ତୃଣମୂଳ ସ୍ତରରେ ମତାମତ ସଂଗ୍ରହ କରୁଛି। କୃଷି ଋଣ ଛାଡ଼, ଧାନ ଏମ୍ଏସ୍‌ପି ୨୬ଶହ ଟଙ୍କା, ସବୁ ପରିବାରୁ ଜଣକୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିବା କଂଗ୍ରେସ୍, ଆଜି ଘୋଷଣା କରିଛି କ୍ଷମତାକୁ ଆସିଲେ ବିବାହ କିଟ୍ ବଣ୍ଟାଯିବ।

ଗୋଟିଏ ପଟେ ୧୪ ନିର୍ବାଚନ ପ୍ରତିଶ୍ରୁତି ନେଇ ବିଜେଡି ଓ ବିଜେପି ମଧ୍ୟରେ ଲାଗି ରହିଛି ଆରୋପ ପ୍ରତ୍ୟାରୋପ। ଅନ୍ୟପଟେ କଂଗ୍ରେସ ବି ଲୋଭନୀୟ ସ୍କିମ୍‌ର ପ୍ରତିଶ୍ରୁତି ଦେଉଛି। ଏସବୁ ଭିତରେ କାହାର ଇସ୍ତାହାରକୁ ଭୋଟର୍ ଗ୍ରହଣ କରୁଛନ୍ତି ତା ଉପରେ ନଜର।

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like