• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ନବୀନଙ୍କ ନୂଆ ଟିମ୍ ଗଠନ ପରେ ବିଜେଡିର ପ୍ରଥମ କାର୍ଯ୍ୟକାରିଣୀ। ପ୍ରସ୍ତୁତ ହୋଇଛି ଦଳର ଭବିଷ୍ୟତ ରୋଡମ୍ୟାପ୍। ଯେଉଁଥିରେ ଫୋକସ୍ ରହିଛି ସଂଗଠନକୁ ମଜଭୁତ୍ ଓ କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ ଆହୁରି ଶାଣିତ କରିବା। ଦଳର ବରିଷ୍ଠ ନେତାମାନେ ବିଭିନ୍ନ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାର ଉପରେ ଜୋରଦାର ବର୍ଷିଛନ୍ତି। ତାସହିତ ରାଜନୈତିକ ଓ ସାଙ୍ଗଠନନିକ ପ୍ରସ୍ତାବ ଉପରେ ହୋଇଛି ବିସ୍ତୃତ ଆଲୋଚନା। କେନ୍ଦ୍ରୀୟ ଅବହେଳା, ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ, ଧାନର ଏମ୍ଏସ୍‌ପି ବୃଦ୍ଧି, ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା, ବିଧାନସଭା ଓ ପାର୍ଲାମେଣ୍ଟରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ, ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟ ମାନ୍ୟତା ପ୍ରସ୍ତାବ କାର୍ଯ୍ୟକାରିଣୀରେ ଅନୁମୋଦନ ଲାଭ କରିଛି।

ଏହା ସହ SC-ST ଓ ସଂଖ୍ୟାଲଘୁଙ୍କ ପାଇଁ ଦଳର ନିର୍ବାଚନ ଇସ୍ତାହାର ଯାହା ଥିଲା ତାକୁ ସରକାରୀ ଏଜେଣ୍ଡା ଭାବେ ଗ୍ରହଣ କରିବା, କୋଭିଡ୍ ପରିଚାଳାନରେ ସଫଳତା, ୧୯ ନିର୍ବାଚନ ଓ ପରବର୍ତ୍ତୀ ୪ ଉପନିର୍ବାଚନରେ ସଫଳତା, ସମ୍ବିଧାନ ସଂଶୋଧନ ଭଳି ୯ଟି ପ୍ରସ୍ତାବକୁ ବି ମିଳିଛି ଅନୁମୋଦନ। କାର୍ଯ୍ୟକାରିଣୀ ପରେ ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ୍ କରିଥିଲେ ଦଳର ବରିଷ୍ଠ ନେତା। ଏସବୁ ଅଭିଯୋଗର କଡା ଜବାବ ରଖି ପାଲଟା ବିଜେଡି ଉପରେ ଦୋଷ ଲଦିଛି ବିଜେପି।

କାର୍ଯ୍ୟକାରିଣୀରେ ସଙ୍ଗଠନକୁ ମଜଭୁତ୍ କରିବା ଉପରେ ବି ଦିଆଯାଇଛି ଗୁରୁତ୍ୱ। ଦଳର ସଭ୍ୟ ସଂଖ୍ୟା ୧ କୋଟିରେ ପହଞ୍ଚିଛି। ଆଗକୁ ଆହୁରି ୫୦, ୧୦୦ ବର୍ଷ ପର୍ଯ୍ୟନ୍ତ ଦଳ କାର୍ଯ୍ୟ କରିବ ବୋଲି ସାଧାରଣ ସଂପାଦକ ସଙ୍ଗଠନ କହିଥିଲେ। ଷଷ୍ଠଥର ପାଇଁ ଦଳ କେମିତି ଜିତିବ ସେନେଇ ଆଜିଠୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହା ସହ କର୍ମ ଓ ବାକ୍ୟରେ ସଂଯମତା ରଖିବାକୁ ପରାମର୍ଶ ଦିଆଯାଇଛି। ସେପଟେ ବିଜେଡି ସମ୍ବିଧାନର ୮ଟି ଆର୍ଟିକିଲ୍ ଓ ୨ କ୍ଲଜ୍‌ରେ ସଂଶୋଧନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏଣିକି ଜିଲ୍ଲା ଓ ରାଜ୍ୟସ୍ତରରେ ପଦାଧିକାରୀଙ୍କ ସଂଖ୍ୟା ବଢ଼ାଯାଇପାରିବ ସେପଟେ ବିଜେଡି କର୍ମୀମାନଙ୍କ ପାଇଁ ଏକ କର୍ପସ୍ ଫଣ୍ଡ ଗଠନ ହୋଇଛି। କାର୍ଯ୍ୟକାରିଣୀ ପରେ କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ ନେଇ ଦଳ ଆଗକୁ କିଭଳି ବଢୁଛି ତା ଉପରେ ନଜର ରହିବ।

https://www.youtube.com/watch?v=EpZUBhAfUgE

Bjd-targets-centre-in-executive-body-meet-otv-report
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories