• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ‘ତିତ୍‌ଲି’ କ୍ଷୟକ୍ଷତି ବାବଦକୁ ଏକ ହଜାର କୋଟିର ଅନ୍ତରୀଣ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିବା ପରେ ତେଜିଛି କାଦୁଅଫିଙ୍ଗା ରାଜନୀତି।

ରିଲିଫ୍‌ ଟଙ୍କାକୁ ମୋଦି ସରକାରଙ୍କ ପଇସା ବୋଲି କେନ୍ଦ୍ରମନ୍ତ୍ରୀ କହିବା ପରେ ବିଜେଡି ଏହାର ଜୋର୍‌ଦାର୍‌ ବିରୋଧ କରିଛି।

ବିପର୍ଯ୍ୟୟ ମୁକାବିଲାରେ କେନ୍ଦ୍ରର ୯୦ଭାଗ ଟଙ୍କାକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ଏହି ବୟାନକୁ ନେଇ ରାଜନୀତି ଆରମ୍ଭ ହୋଇଛି।

ବିଜେଡି ଅଭିଯୋଗ କରିଛି, ଧର୍ମେନ୍ଦ୍ର ସଂଘୀୟ ବ୍ୟବସ୍ଥା  ବିଷୟରେ ବୁଝି ନାହାଁନ୍ତି କି ସହାୟତା ଟଙ୍କା ମୋଦି ଘରୁ ଆଣି ଦେଉ ନାହାଁନ୍ତି। ବିଜେପି ମଧ୍ୟ ବିଜେଡିର କଥାର ପାଲଟା ଜବାବ ଦେଇଛି।

ନବୀନ ବି ଘରୁ ଚାଉଳ ଆଣି ଲୋକଙ୍କୁ ଦେଉ ନାହାନ୍ତି ବୋଲି ଦଳ କହିଛି। ଅନ୍ୟପକ୍ଷରେ  ରିଲିଫ୍‌ ସାମଗ୍ରୀ ବଣ୍ଟନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଆଣିଛି ବିଜେପି।

‘ତିତ୍‌ଲି’ କ୍ଷୟକ୍ଷତିକୁ ନେଇ ବିଜେଡି-ବିଜେପି କଳି ଭିତରରେ ଉଭୟଙ୍କୁ ଟାର୍ଗେଟ୍‌ କରିଛି କଂଗ୍ରେସ। ତୈଳ ମନ୍ତ୍ରଣାଳୟ ଅଧିନରେ ଥିବା କମ୍ପାନୀ ପ୍ରଭାବିତ ଜିଲ୍ଲାକୁ ପୋଷ୍ୟ ଭାବେ ଗ୍ରହଣ କରି ଥଇଥାନ କରନ୍ତୁ ବୋଲି ଦଳ ଦାବି କରିଛି।

ଅନ୍ୟପଟେ ‘ତିତ୍‌ଲି’ ଯିବାର ୭ ଦିନ ପରେ ବି ସ୍ୱାଭାବିକ ହୋଇନି ସ୍ଥିତି। ଗଜପତି ଜିଲ୍ଲାର ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବା ପାଇଁ କର୍ମଚାରୀମାନେ କାମରେ ଲାଗିଛନ୍ତି। ତେବେ ଜୋର୍‌ସୋର୍‌ରେ କାମ ଚାଲିଥିବା ନେଇ ଏସ୍‌ଆର୍‌ସିଙ୍କ ଅଫିସ୍‌ ଏକ ଭିଡିଓ ଟୁଇଟ୍‌ କରିଛି।

ପ୍ରାଥମିକ ଆକଳନ ଅନୁସାରେ ବିଜୁଳିଖୁଣ୍ଟ ଓ ତାର ଛିଡ଼ି ୧୩୩ କୋଟିର କ୍ଷତି ହୋଇଛି।

ବିଭାଗୀୟ କ୍ଷୟକ୍ଷତିର ହିସାବ ଅନୁସାରେ ପଞ୍ଚାୟତ ରାସ୍ତା ମରାମତି, ପାଣି ଯୋଗାଣ ଓ ସ୍କୁଲ୍‌ ଘର ମରାମତିରେ ସବୁଠୁ ଅଧିକ ୬୦୯ କୋଟି ଖର୍ଚ୍ଚ ହେବ।

ସେହିପରି ଜଳସଂପଦ ବିଭାଗରେ ୩୮୨ କୋଟି ଟଙ୍କା କ୍ଷତି ହୋଇଛି। ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ବାସ୍ତବ ରିପୋର୍ଟ ସଂଗ୍ରହ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି ଏସ୍‌ଆର୍‌ସି।

ରିଲିଫ୍‌ କୋର୍ଡର ବ୍ୟବସ୍ଥା ଅନୁସାରେ ଷ୍ଟେଟ୍‌ ଡିଜାଷ୍ଟର ଫଣ୍ଡରେ ଥିବା ୧୫୧୨ କୋଟି ଟଙ୍କାକୁ ସରକାର ଏବେ ‘ତିତ୍‌ଲି’ କ୍ଷୟକ୍ଷତିର ପୁନରୁଦ୍ଧାର ଓ ଥଇଥାନ କାମରେ ବିନିଯୋଗ କରିପାରିବେ। ଏହାସତ୍ତ୍ୱେ ସରକାର କେନ୍ଦ୍ରକୁ ୨୦୧୪ କୋଟି ସହାୟତା ମାଗିଥିବା ବେଳେ ଅନ୍ତରୀଣ ସହାୟତା ପାଇଁ ୧୦୦୦ କୋଟି ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ  ଚିଠି ଲେଖିଛନ୍ତି।

Bjd-strongly-oppose-dharmendra-pradhan-statement-on-cyclone-assistance
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories