‘ମୁଁ କୌଣସି ପ୍ରକାର ଜନ ବିରୋଧୀ କାର୍ଯ୍ୟ କରି ନାହିଁ’

ଭୁବନେଶ୍ୱର: ବିଜେଡିରୁ ବହିଷ୍କାର ହେବା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁଁ କୌଣସି ପ୍ରକାର ଜନ ବିରୋଧୀ କାର୍ଯ୍ୟ କରି ନାହିଁ। ଯଦି କରିଛି, ପାର୍ଟି ତା’ର ସ୍ପଷ୍ଟୀକରଣ ଦେଉ।

ସେ ଆହୁରି କହିଛନ୍ତି, ଗତ ନିର୍ବାଚନ ସମୟରେ ମୁଁ ଗଞ୍ଜାମ ଜିଲ୍ଲାର ସଭାପତି ଥିବାବେଳେ ମୋତେ ୧୫ଟି ନିର୍ବାଚନମଣ୍ଡଳୀର ଦାୟିତ୍ୱ ଦେଇଥିଲେ। ସେଥିରୁ ୧୨ଟିରେ ବିଜେଡି ଜିତିଲା। ଦଳ ପକ୍ଷରୁ ମୋତେ କୁହାଗଲା ଯେ, ତୁମେ ଉଦ୍ଦେଶ୍ୟମୂଳକ ଭାବେ ପାର୍ଟିର ପ୍ରାର୍ଥୀମାନଙ୍କୁ ହରାଇଛ ବୋଲି ମୋ ବିରୋଧରେ ଅଭିଯୋଗ ଆସିଲା। ଏହାସହ ଆହୁରି ମଧ୍ୟ ଅଭିଯୋଗ ଆସିଲା ଯେ, ମୁଁ ପାର୍ଟିର ଫଣ୍ଡକୁ ମିସ୍‌ ମ୍ୟାନେଜମେଣ୍ଟ କରିଛ ଓ ଦଳ ଭିତରେ ବିଶୃଙ୍ଖଳା ସୃଷ୍ଟି କରିଛ। 

ସେ ଆହୁରି କହିଛନ୍ତି, ‘ଗଞ୍ଜାମ ଜିଲ୍ଲାରେ କିଛି ବର୍ଷ ହେଲା ବାଲି, ମୋରମ ଚାଲାଣ ହେଉଛି। ମୁଁ କୌଣସି ବାଲି ମାଫିଆ ଠାରୁ ଟଙ୍କା ନେଇ ନାହିଁ। ଗଞ୍ଜାମ ଜିଲ୍ଲାରେ ୮୦ଟି ମଦ ଦୋକାନ ରହିଛି, କାହାଠୁ କିଛି ନେଇନି। ମୋର ବ୍ୟକ୍ତିଗତ ସମ୍ପତ୍ତି କେତେ ଆକଳନ କରାଯାଉ।’।

ଦେଖନ୍ତୁ ବିଜେଡିରୁ ବହିଷ୍କୃତ ହେବା ପରେ ପ୍ରେସ୍‌ମିଟ୍‌ କରି କ’ଣ ସବୁ କହିଲେ ପ୍ରଦୀପ ପାଣିଗ୍ରାହୀ…

You might also like