ବିଜେଡିକୁ ଦାମଙ୍କ ନୂଅା ବାଣ

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା, ନେତା ଓ ଅଫିସରଙ୍କୁ ଟାର୍ଗେଟ୍

ଭୁବନେଶ୍ୱର: ଦାମଙ୍କ ନିଶାନାରେ ମେ ୨୯ର ଖଳନାୟକ। କିଛି ନେତା ଓ ଅଫିସରଙ୍କ ଚକ୍ରବ୍ୟୁହରେ ଫସିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ମାନଙ୍କୁ ଲକ୍ଷ୍ୟ କରି ଦାମ ଛାଡିଛନ୍ତି ଶଦ୍ଦ ବାଣ। ନାଁ ନେଇ ନଥିଲେ ବି ଏହି ଖଳନାୟକ କରୁଥିବା ଦୋଷ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାୟଶ୍ଚିତ କରିବାକୁ ପଡିବ ବୋଲି କହିଛନ୍ତି ଦାମ। ସପ୍ତାହରେ ଗୋଟିଏ ଦିନ ମୁଖ୍ୟମନ୍ତ୍ରୀଙ୍କୁ ଗୁଇନ୍ଦା ରିପୋର୍ଟ ଦେବାର ବ୍ୟବସ୍ଥା ଥିଲେ ବି ଏହା ଦିଅାଯାଉନାହିଁ ବୋଲି ଅଭିଯୋଗ ବି ଅାଣିଛନ୍ତି ଦାମ। ବିଜୁଙ୍କ ସଭାରେ ଖଣ୍ଡା ବୁଲାଇଥିବା ଲୋକ ଏବେ ବିଜେଡିର ମୁଖପାତ୍ର ବୋଲି କହି କିଛି ନେତାଙ୍କୁ ବି ଟାର୍ଗେଟ କରିଛନ୍ତି ଦାମୋଦର ରାଉତ।

ତେବେ ଦଳୀୟ ଫୋରମରେ ଏସବୁ କଥା ଅାଲୋଚନା ପାଇଁ ଦାମଙ୍କୁ ପରାମର୍ଶ ଦେଇଛି ବିଜେଡି। ନିଜ ଅନୁଭବରୁ ଅନୁଭୁତି ସ୍ତମ୍ଭ ପାଇଁ ବି ପୁଣି ଚର୍ଚ୍ଚାକୁ ଅାସିଛନ୍ତି ଦାମ। ଏଥିରେ ଯାଜପୁର ଡଙ୍କାରୀ ପାହାଡ ଲୁଟର କଥା ଉଠାଇ ସ୍ଥାନୀୟ ବିଧାୟକ ଓ ଜିଲ୍ଲା ପ୍ରଶାସନକୁ ଟାର୍ଗେଟ କରିଛନ୍ତି ଦାମ। ଏମାନଙ୍କ ଚକ୍ରାନ୍ତ ଯୋଗୁ ଏଠାରେ ହେବାକୁ କେନ୍ଦ୍ର ସରକାରଙ୍କ ତୈଳ ଭଣ୍ଡାର ପ୍ରକଳ୍ପ ହୋଇପାରୁନି ବୋଲି ସିଧାସଳଖ ଅଭିଯୋଗ ଅାଣିଛନ୍ତି। ପଥର ଖାଦାନ ବନ୍ଦ ନେଇ ମୁଖ୍ୟଶାସନ ସଚିବଙ୍କ ନିର୍ଦ୍ଦେଶ ପରେ ବି ଏଠି କିପରି ବେଅାଇନ ଖାଦନ ଚାଲିଛି ସେ ନେଇ ପ୍ରଶ୍ନ ଉଠାଇବା ସହ ଦାୟୀ ସରକାରୀ ଅଧିକାରୀଙ୍କ ବିରୋଧରେ  କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ଲେଖିଛନ୍ତି ଦାମୋଦର।

ତେବ ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତ ରାୟ ଏ ନେଇ ମୁହଁ ଖୋଲି ନଥିବା ବେଳେ ପ୍ରତିକ୍ରିୟାରେ କହିଛନ୍ତି ଆମେ ବାରମ୍ବାର ଚଢ଼ାଉ କରୁଛୁ। ଏହା ସହିତ ଫାଇନ୍‌ ମଧ୍ୟ ଆଦାୟ କରାଯାଉଛି। ମନ୍ତ୍ରୀ ପଦ ଯିବା ପରେ କିଛି ଦିନ ହେବ ବିଭିନ୍ନ ପ୍ରସଙ୍ଗକୁ ନେଇ ଦାମ ଛାଡୁଥିବା ଗୋଟିଏ ପରେ ଗୋଟିଏ ବାଣ ବିଜେଡିକୁ ହରଡ ଘଣାରେ ପକାଇଛି।

You might also like