ବିଜେଡିକୁ ପାଣ୍ଠି ଚିନ୍ତା

ଭୁବନେଶ୍ୱର: ବିଜେଡିକୁ ଏବେ ଘାରିଛି ପାଣ୍ଠି ଚିନ୍ତା। ଦଳୀୟ ପାଣ୍ଠି ବୃଦ୍ଧି ପାଇଁ ସାଂସଦ, ବିଧାୟକ ଓ କର୍ମକର୍ତ୍ତାମାନଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ।

ପ୍ରତି ସାଂସଦ ଓ ବିଧାୟକ ସେମାନଙ୍କ ମାସକର ଦରମା ଦେବାକୁ ଚିଠିରେ କୁହାଯାଇଛି। ସେହିପରି ଶୁଭେଚ୍ଛୁମାନଙ୍କଠାରୁ ବି ପାଣ୍ଠି ସଂଗ୍ରହ ପାଇଁ ଜିଲ୍ଲା ସଭାପତିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆର୍ଥିକ ସହାୟତା ନେଇ କୌଣସି ସର୍ବନିମ୍ନ ବା ସର୍ବୋଚ୍ଚ ସୀମା ରଖାଯାଇନାହିଁ।

ଅନ୍ୟପକ୍ଷରେ ପ୍ରତି ପଞ୍ଚାୟତ ଓ ୱାର୍ଡରେ ଅତିକମ୍‌ରେ ୨ଶହ ନୂଆ ସଭ୍ୟ ସୃଷ୍ଟି ଲାଗି ନବୀନ  କହିଛନ୍ତି।

You might also like