ଅାଗୁଅା ନିର୍ବାଚନ ଚର୍ଚ୍ଚା ଭିତରେ କାର୍ଡ ଖୋଲିଲା ବିଜେଡି

ଭୁବନେଶ୍ୱର: ତେଲେଙ୍ଗାନାରେ ବିଧାନସଭା ଭଙ୍ଗ ଓ ରାଜନୈତିକ ହଲଚଲ୍ ପରେ ଓଡିଶାରେ ପଡ଼ିଛି ସାଇଡ୍ ଇଫେକ୍ଟ। ତେବେ ବିଜେଡି ଟିଅାରଏସ ରାସ୍ତାରେ ଯିବ ନା ନାହିଁ ତାକୁ ନେଇ କଳ୍ପନାଜଳ୍ପନା। ଏଣେ ଅାଗୁଅା ନିର୍ବାଚନ ଚର୍ଚ୍ଚା ଭିତରେ ଧୀରେ ଧୀରେ କାର୍ଡ ଖୋଲୁଛି ବିଜେଡି। କେନ୍ଦ୍ର ସରକାର ଯଦି ଅାଗୁଅା ନିର୍ବାଚନ କରାନ୍ତି ତେବେ ରାଜ୍ୟ ସରକାର ମଧ୍ୟ ବିଧାନସଭା ଭାଙ୍ଗିବାକୁ ବାଧ୍ୟ ହେବେ ବୋଲି ଦଳ କହିଛି।

ଅନ୍ୟପକ୍ଷରେ ଅାଗୁଅା ଅତିରିକ୍ତ ବଜେଟ୍ ଅାଣିବା ଓ କ୍ରମାଗତ ଯୋଜନା ଘୋଷଣାରୁ ବିଜେଡି ଅାଗୁଅା ନିର୍ବାଚନ ପାଇଁ ପ୍ରସ୍ତୁତିରେ ଥିବା ସ୍ପଷ୍ଟ ହେଉଛି। ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ସରକାର ଘୋଷଣା କରିଥିବା ଅନେକ ସ୍କିମ୍ କାର୍ଯ୍ୟକାରୀ ହେବ। ଏହାପରେ ରାଜ୍ୟ ସରକାର କୌଣସି ଠୋସ୍ ନିଷ୍ପତ୍ତି ନେବା ସମ୍ଭାବନା ରହିଛି।

ଏପଟେ କଂଗ୍ରସ କହିଛି ଯେ, ୪ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ବିଜେପି ହାରିବା ଭୟରେ ଅାଗୁଅା ନିର୍ବାଚନର ଯୋଜନା କରୁଛି। ଓଡ଼ିଶାରେ ବିଜେଡି ସହଯୋଗରେ ଅାଗୁଅା ନିର୍ବାଚନ ହୋଇପାରେ। ତେବେ ୨୦୧୯ରେ ଓ ଠିକ୍‌ ସମୟରେ ହିଁ  ନିର୍ବାଚନ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେପଟେ ଲୋକସଭା ନିର୍ବାଚନ ଅାଗୁଅା ହେଲେ ଓଡିଶାରେ ବି ନିର୍ବାଚନ ହେବାକୁ ଓଡ଼ିଶା ଚାହୁଁଥିବା ମୁଖ୍ୟ ନିର୍ବାଚନ କମିଶନ ଓ.ପି. ରାୱତ୍‌ କହିଛନ୍ତି।

ତେବେ ଲୋକସଭା ଚାଲିଛି, ଏବେ ସେମିତି କିଛି ସମ୍ଭାବନା ଦେଖାଯାଉ ନାହିଁ ବୋଲି ସେ ମତ ଦେଇଛନ୍ତି। ଅାଗୁଅା ନିର୍ବାଚନ ପାଇଁ ବିଜେଡି ଜୋରଦାର ପ୍ରସ୍ତୁତ ହେଉଛି ସତ, ହେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ଓ ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରତିକ୍ରିୟା ଅାଗୁଅା ନିର୍ବାଚନ ଚର୍ଚ୍ଚାରେ ଟୁଇଷ୍ଟ ଅାଣିଛି।

You might also like