ତୈଳ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି

ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପୁଣି ଆନ୍ଦୋଳନକୁ ଓହ୍ଲାଇଛି। ଆଜି ବିଜେଡି ରାଜଭବନ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ସଭା କରୁଛି।

ବିକ୍ଷୋଭରେ ବିଜେଡିର ଛାତ୍ର, ଯୁବ ଓ ମହିଳା କର୍ମୀ ସାମିଲ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ନାରା ଦେବା ସହ ତୁରନ୍ତ ତୈଳ ଦର ହ୍ରାସ ଲାଗି ଦଳ ଦାବି ରଖିଛି।

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଦଳ ସ୍ମାରକପତ୍ର ପ୍ରଦାନ କରିଛି।

 

You might also like