• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ଗୋଟିଏ ଦିନରେ ପଶ୍ଚିମ ଓଡିଶାରେ ନବୀନଙ୍କ ଦୁଇଟି ମେଗା ସୋ’ ପାଇଁ ବ୍ୟାପକ ଆୟୋଜନ। ଝାରସୁଗୁଡ଼ା ଓ ବଲାଙ୍ଗିରରେ ଶକ୍ତି ପ୍ରଦର୍ଶନ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାଉଣ୍ଟର କରିବେ ନବୀନ।

ସେପ୍ଟେମ୍ବରେ ୨୨ତାରିଖରେ ଝାରସୁଗୁଡ଼ା, ଜାନୁୟାରୀ ୧୫ରେ ବଲାଙ୍ଗିର ଆସିଥିଲେ ମୋଦି। ସେ ଦୃଷ୍ଟିରୁ ଏହି ଦୁଇ ସ୍ଥାନରୁ ହିଁ ନବୀନ ନିର୍ବାଚନୀ ବିଗୁଲ ଫୁଙ୍କିବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ଏଥିସହିତ କଂଗ୍ରେସ ଛାଡିଥିବା ଟାଣୁଆ ନେତା ନବ ଦାଶ ଝାରସୁଗୁଡ଼ାରେ ବିଜେଡିରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।

ତା ସହିତ ବଲାଙ୍ଗିରରେ ବିଜୁ ଯୁବ ବାହିନୀର ରିଜନାଲ୍ କନ୍‌ଫରେନସ୍‌ରେ ବି ଯୋଗ ଦେବେ ନବୀନ। ଆଗକୁ ବି ସମ୍ବଲପୁର, କୋରାପୁଟ, କନ୍ଧମାଳ, ବାଲେଶ୍ୱର, ଭୁବନେଶ୍ୱରରେ ମଧ୍ୟ ଯୁବ ବାହିନୀର ସମାବେଶ ଅନୁଷ୍ଠିତ ହେବ।

ସେପଟେ ପୁରୀ ପରେ ମୟୁରଭଂଜରେ ଦୁଇଟି , କଳାହାଣ୍ଡି, ସୁନ୍ଦରଗଡ଼ ଓ ଗଂଜାମର ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ନେଇ ବି ସମାବେଶ ହେବ। ଆସନ୍ତା ୨୫ ତାରିଖରେ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାର ସହାୟତା ରାଶି ବାଣ୍ଟିବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼ରେ ଚାଷୀଙ୍କୁ ସହୟତା ପ୍ରଦାନ କରାଯିବ। ନିର୍ବାଚନ ପୂର୍ବରୁ ସରକାର ବିରୋଧୀ ହାଓ୍ୱା, ଦୁର୍ନୀତି, ନାରୀ ଓ ଶିଶୁ ନିର୍ଯାତନା ଭଳି ଘଟଣା ବଢିଥିବାରୁ ଏହାକୁ କାଉଣ୍ଟର ଲାଗି ନବୀନ ସରକାର ଏହି ରଣନୀତି କରିଥିବା ଚର୍ଚ୍ଚା ହେଉଛି।

ସେପଟେ ରାଜ୍ୟବାସୀ ପରିବର୍ତ୍ତନ ଚାହାଁନ୍ତି, ତେଣୁ ନବୀନଙ୍କ ଏସବୁ କାର୍ଯ୍ୟକ୍ରମର ପ୍ରଭାବ ପଡିବ ନାହିଁ ବୋଲି କହିଛି ବିଜେପି। କଂଗ୍ରେସ ଉଭୟଙ୍କୁ ସମାଲୋନା କରିଛି।

ଯୁବକ, ମହିଳା ଓ ଚାଷୀ ଭୋଟ୍ ବିଜେଡିର ଫୋକସରେ ଥିବା ବେଳେ ଏହି ଭୋଟ୍‌ବ୍ୟାଙ୍କ ଯେମିତି ସରକାରୀ ବିରୋଧୀ ହାଓ୍ୱା ଦ୍ୱାରା ପ୍ରଭାବିତ ନହୁଏ, ସରକାରୀ କାର୍ଯ୍ୟକ୍ରମ ବାହାନାରେ ଦଳ ସେ ଉଦ୍ୟମ ଚଳାଇଛି। ତେବେ ସଫଳତା କେତେ ମିଳିବ, ନିର୍ବାଚନ ଫଳ ହିଁ କହିବ।

 

 

Bjd-plan-power-show-tomorrow
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories