ଭୁବନେଶ୍ୱର: ପୂର୍ବତଟ ରେଲେଓ୍ୱର ବିଭାଜନକୁ ବିରୋଧ କରି ଆଜି ଆନ୍ଦୋଳନକୁ ଓହ୍ଲାଇବ ବିଜେଡ଼ି । ବିଜୁ ଜନତା ଦଳର ଛାତ୍ର, ଯୁବ ଓ ମହିଳା ସଂଗଠନ ପକ୍ଷରୁ ପୂର୍ବତଟ ରେଲେଓ୍ୱର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।ର କାର୍ଯ୍ୟକ୍ରମ ରହିଛି।
ଦଳ ଅଭିଯୋଗ କରିଛି ଯେ, ପୂର୍ବତଟ ରେଲୱେ ଓଡ଼ିଶା ପକ୍ଷରୁ ରେଲୱେକୁ ୨୦ ହଜାର କୋଟି ଟଙ୍କା ରାଜସ୍ୱ ପ୍ରଦାନ କରାଯାଉଥିବାବେଳେ ରାଜ୍ୟ ପ୍ରତି କିନ୍ତୁ ଅବହେଳା ପ୍ରଦର୍ଶନ କରାଯାଉଛି । ଆଗାମୀ ନିର୍ବାଚନକୁ ନେଇ କେନ୍ଦ୍ର ଏଭଳି ବିଭାଜନ କରିଥିବା ଅଭିଯୋଗ କରିଛି ଦଳ । ଏହା ଓଡ଼ିଶାର ସ୍ୱାର୍ଥ ପ୍ରତି ଘୋର ଅବହେଳା ବୋଲି କହିଛି ବିଜେଡ଼ି । କେନ୍ଦ୍ର ସରକାର ତାଙ୍କର ଆଭିମୁଖ୍ୟରେ ପରିବର୍ତ୍ତନ ନକଲେ ପୂର୍ବତଟ ରେଲେଓ୍ୱ ଅଫିସ ଆଗରେ ବିକ୍ଷୋଭ କରିବ ବୋଲି କହିଛି ଦଳ।