ନିର୍ବାଚନୀ ବର୍ଷରେ ବିଜେଡିର ନୂଆଁଖାଇ କାର୍ଡ

ପଶ୍ଚିମ ଓଡ଼ିଶା ଭୋଟ୍ ବ୍ୟାଙ୍କ ମଜଭୁତ ପାଇଁ ଯୋଜନା

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଅଁାଖାଇ ପାଇଁ ବାହାରିଲା ଲଗ୍ନ । ଅାଉ ଏପଟେ ଲଗ୍ନ ବାହାରୁ ବାହାରୁ  ଗ୍ରାଣ୍ଡ୍ ସେଲିବ୍ରେସନ୍ ପାଇଁ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେଡି । ନୂଆଁଖାଇରେ ହେବ ଜୁହାର ଭେଟ୍‌ଘାଟ୍। ପିଠାପଣା ବାସ୍ନାରେ ମହକିବ ପରିବେଶ, ଅାଉ ପାରମ୍ପରିକ ବାଦ୍ୟରେ ଦୁଲୁକିବ ପଶ୍ଚିମ ଓଡିଶାର ସବୁ ନିର୍ବାଚନ ମଣ୍ଡଳୀ। ଅାଉ ଏଇ ପରିବେଶରୁ ଫାଇଦା ଉଠାଇବା ଚକ୍କରରେ ପ୍ରଥମ ଥର ପାଇଁ ବିଜେଡି ଅାୟୋଜନ କରୁଛି ନୂଆଁଖାଇ ଜୁହାର ଭେଟଘାଟ୍।

ବିଧାନସଭାର ମୌସୁମୀ ଅଧିବେଶନ ଶେଷ ହେବାପରେ ଅର୍ଥାତ ଅାସନ୍ତା ୨୦ ତାରିଖରୁ ଅକ୍ଟୋବର ୨ ଯାଏଁ ଏହି ଉତ୍ସବ ପାଳନ କରିବ ଦଳ। ଗତ ୧୮ ବର୍ଷ ଭିତରେ କେବଳ କିଛି ସାମାଜିକ ସଙ୍ଗଠନ ଓ ବିଧାୟକମାନେ ନିଜ ନିଜ ସ୍ତରରେ ନୂଆଁଖାଇ ପାଳନ କରୁଥିଲେ। କିନ୍ତୁ ଏବେ ଦଳୀୟ ବ୍ୟାନର୍‌ରେ ତା ବି ନିର୍ବାଚନ ବର୍ଷରେ ନୂଆଁଖାଇ ଭେଟ୍‌ଘାଟ୍ ଅାୟୋଜନକୁ ନେଇ ଏବେ ଭିନ୍ନ ଭିନ୍ନ ଚର୍ଚ୍ଚା।

ପ୍ରଶ୍ନ ଉଠୁଛି କ୍ଷମତାରେ ରହିବାର ୧୮ ବର୍ଷପରେ ହଠାତ୍ କାହିଁକି ବିଜେଡିର ନୂଆଁଖାଇ ପାଳନ କଥା ମନେ ପଡିଲା। ପଶ୍ଚିମ ଓଡିଶାରେ ସଙ୍ଗଠନ ଦୁର୍ବଳ ଥିବାରୁ ନୂଆଁଖାଇ ପାଳନ ଅାଳରେ ଭୋଟରଙ୍କୁ ଅାକୃଷ୍ଟ କରିବା ଲାଗି ଏହା ଏକ ଉଦ୍ୟମ କି ପଶ୍ଚିମ ଓଡ଼ିଶାର ୩୪ଟି ନିର୍ବାଚନ ମଣ୍ଡଳୀରେ ଅଧିକ ଫୋକସ ପାଇଁ ଦଳର ଏ ପ୍ରୟାସ କି? ସେପଟେ ବିଜେଡିର ନୂଆଁଖାଇ ପାଳନ ନିଷ୍ପତ୍ତିକୁ ବିରୋଧୀ କଡା ସମାଲୋଚନା କରିଛନ୍ତି। ପଶ୍ଚିମ ଓଡିଶାରେ ବିଜେଡିର ସ୍ଥିତି ଖରାପ ଥିବାରୁ ଏବେ ନୂଆଁଖାଇ ମନେପଡୁଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ନିର୍ବାଚନ ପାଇଁ ଅାଉ ଖୁବ୍ କମ୍‌ ଦିନ ଥିବାରୁ କୌଣସି ମଉକା  ହାତଛଡ଼ା କରିବାକୁ ଚାହୁଁନି ବିଜେଡି। ତେଣୁ ନୂଆଁଖାଇ ସେଲିବ୍ରେସନ୍ ଅାଳରେ ଦଳର ନେତା ଓ କର୍ମୀକୁ ସକ୍ରିୟ କରି ଭୋଟ୍‌ବ୍ୟାଙ୍କକୁ ମଜଭୁତ୍ କରିବାକୁ ଦଳ ଯୋଜନା କରୁଛି।

You might also like