• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପିପିଲି: ପିପିଲି ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଟିକେଟ୍‌ ଦେଲା ଦଳ। ରୁଦ୍ର ପ୍ରତାପ ମହାରଥୀଙ୍କ ନାଁରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ। ଆସନ୍ତାମାସ ଅର୍ଥାତ୍‌ ଏପ୍ରିଲ ୧୭ ତାରିଖରେ ହେବ ପିପିଲି ଉପନିର୍ବାଚନ। ମେ ମାସ ୨ ତାରିଖରେ ଭୋଟ ଗଣତି ସହ ଫଳ ପ୍ରକାଶ ପାଇବ ବୋଲି ଜଣାଯାଇଛି।

ସେପଟେ ପିପିଲି ଉପନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଆଶ୍ରିତ ପଟ୍ଟନାୟକଙ୍କୁ ପିପିଲି ପାଇଁ  ପ୍ରାର୍ଥୀ ଘୋଷଣା କରିଛି ଦଳ। ୨୦୧୯ ନିର୍ବାଚନରେ ମଧ୍ୟ ବିଜେପି ଆଶ୍ରିତଙ୍କୁ ପ୍ରାର୍ଥୀ କରିଥିଲା। ସେ ୭୨,୭୩୧ ଖଣ୍ଡ ଭୋଟ ପାଇଥିଲେ। ସେତେବେଳେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ୮୮,୫୧୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ। ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ‌ଆସନ ଖାଲି ପଡ଼ିଛି।

ଆସନ୍ତା ମାସ ଏପ୍ରିଲ ୧୭ ତାରିଖରେ ନିର୍ବାଚନ ହେବ। ନିର୍ବାଚନ ଲାଗି ଚଳିତ ମାସ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାସହ ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦। ଏହାସହ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ତାରିଖ ରହିଛି। ମେ ମାସ ୨ ତାରିଖରେ ଭୋଟ ଗଣତି ସହ ଫଳ ପ୍ରକାଶ ପାଇବ ବୋଲି ଜଣାଯାଇଛି। ତେବେ ବିଜେଡି ଓ ବିଜେପି  ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସ କେବେ ପ୍ରାର୍ଥୀ ଘୋଷଣା କରିବା ତାହା ଉପରେ ସମସ୍ତଙ୍କ ନଜର ରହିଛି।

ତେବେ ଟିକେଟ ମିଳିବା ପରେ ମହାରାଥୀଙ୍କ ଘରେ ପହଞ୍ଚିଛନ୍ତି ବିଜେଡିର ବିଧାୟକ ଦେବୀପ୍ରସାଦ ମିଶ୍ର। ସେ କହିଛନ୍ତି ଯେ, ଅନେକ ଆଲୋଚନା ପରେ ରୁଦ୍ରଙ୍କୁ ଟିକେଟ୍‌ ଦିଆଯାଇଛି। କେବଳ ଦେବୀ ନୁହେଁ ବରଂ ପ୍ରମିଳା ମଲ୍ଲିକ,  ମହେଶ୍ୱର ମହାନ୍ତି ମଧ୍ୟ ମହାରଥୀଙ୍କ ଘରେ ପହଞ୍ଚିଛନ୍ତି। ତେବେ କେବେ ରୁଦ୍ର ନାମାଙ୍କନ ଦାଖଲ କରିବେ ସେନେଇ ଆଲୋଚନା ବି ଚାଲିଥିବା ସୂଚନା ମିଳିଛି। ସେପଟେ ପ୍ରମିଳା ମଲ୍ଲିକ କହିଛନ୍ତି ଅନେକ ଆଶାୟୀ ଥାଆନ୍ତି କିନ୍ତୁ ଟିକେଟ୍‌ ଜଣଙ୍କୁ ହିଁ ମିଳିବ। ମହାରଥୀଙ୍କ ପୂରା ପରିବାର ରୁଦ୍ରଙ୍କ ସହ ଥିବା ପ୍ରମିଳା କହିଛନ୍ତି।

Bjd-nominates-rudra-pratap-maharathy
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories