ନିର୍ବାଚନ ଲଢ଼ିବେ ନାହିଁ ଢେଙ୍କାନାଳ ସାଂସଦ ତଥାଗତ ସତପଥୀ !

ଭୁବନେଶ୍ୱର : ଆଉ ନିର୍ବାଚନ ଲଢ଼ିବେ ନାହିଁ ଢେଙ୍କାନାଳ ସାଂସଦ ତଥା ବରିଷ୍ଠ ବିଜେଡି ସାଂସଦ ତଥାଗତ ସତପଥୀ। ଏ ନେଇ ସେ ଗତକାଲି ଅନୁଗୁଳରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଏ ସଂପର୍କରେ ସଂକେତ ଦେଇଛନ୍ତି। ଖୁବ୍‌ ଶୀଘ୍ର ସେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଏ ସଂପର୍କରେ ଅବଗତ କରାଇବେ ବୋଲି ଜଣାପଡ଼ିଛି।

ସାମ୍ବାଦିକତାକୁ ପୁଣି ଗୁରୁତ୍ୱ ଦେବେ ବୋଲି ତଥାଗତ କହିଥିବା ସୂଚନା ମିଳିଛି। ତଥାଗତ ସତପଥୀ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ସତପଥୀଙ୍କ ପୁଅ। ସେ ଦ୍ୱାଦଶ, ଚତୁର୍ଦ୍ଦଶ, ପଞ୍ଚଦଶ ଓ ଷୋଡ଼ଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ତଥାଗତ କାହିଁକି ଏପରି ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇନାହିଁ ଏବଂ ଏହା ପଛରେ ଆଉ କିଛି କାରଣ ଅଛି କି, ତାହା ଜଣାପଡ଼ିନି।

You might also like