ମଞ୍ଚ ଉପରେ ଯୁବକଙ୍କୁ ଶକ୍ତ ଚାପୁଡ଼ା ମାରିଲେ ବିଜେଡି ସାଂସଦ

ବ୍ରହ୍ମପୁର: ମଞ୍ଚ ଉପରେ ସର୍ବ ସମ୍ମୁଖରେ ଯୁବକଙ୍କୁ ଶକ୍ତ ଚାପୁଡ଼ା ମାରିଲେ ବିଜେଡି ସାଂସଦ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଗତକାଲି ଅନୁଷ୍ଠିତ ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

ବୈଠକରେ ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସଂଗ୍ରାମ ସାହୁ ବ୍ରହ୍ମପୁରର ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ଏକ ଉପଢ଼ୌକନ ଦେବାକୁ ଯିବାବେଳେ ସାଂସଦ ହଠାତ୍‌ ତାଙ୍କ ଗାଲକୁ ଚାପୁଡ଼ା ମାରିଥିଲେ। ଯାହାର ଏକ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି।

ସୂଚନାଥାଉ କି, ବିଜେଡିରେ ଯୋଗ ଦେବାକୁ ସଂଗ୍ରାମ ଆସିଥିଲେ।

ତେବେ କାହିଁକି ଓ କେଉଁ ପରିସ୍ଥିତିରେ ସାଂସଦ ତାଙ୍କୁ ଚାପୁଡ଼ା ମାରିଲେ, ତା’ର କାରଣ ଜଣାପଡିନାହିଁ। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ସାଂସଦଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସେପଟେ ସାଂସଦଙ୍କ ଏଭଳି ବ୍ୟବହାରକୁ ନେଇ ବିଭିନ୍ନ ଦଳର ରାଜନେତା ଏହାକୁ ନିନ୍ଦା କରିଛନ୍ତି। ବିଜେପି ନେତା ଭୃଗୁ ବକ୍ସିପାତ୍ର ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି।

You might also like