ଚନ୍ଦ୍ରଶେଖରଙ୍କୁ ନବୀନ ନିବାସରୁ ଡାକରା

ବ୍ରହ୍ମପୁର : ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନବୀନ ନିବାସରୁ ଡାକରା। ମଞ୍ଚ ଉପରେ କର୍ମୀଙ୍କୁ ମାଡ଼ ଘଟଣାରେ ତାଙ୍କୁ ଡକା ଯାଇଥିବା ସୂଚନା ମିଳିଛି। ଗତକାଲି କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା କର୍ମୀ ସଂଗ୍ରାମ ସାହୁଙ୍କୁ ଶକ୍ତ ଚାପୁ଼ଡ଼ା ମାରିଥିଲେ ଚନ୍ଦ୍ରଶେଖର।

ପାରଳାଖେମୁଣ୍ଡିରେ ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବେଳେ ଏହି ଘଟଣା ଘଟିଥିଲା। ଯାହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଘଟଣା ସମୟରେ ଗଜପତି ଜିଲ୍ଲାର ପ୍ରଭାରୀ ଥିବା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ସଂଗ୍ରାମଙ୍କୁ ବିଜେଡି ଉତ୍ତରୀୟ ପ୍ରଦାନ କରିଥିଲେ।

ତେବେ ସଂଗ୍ରାମ ଚାହୁଁଥିଲେ ସାଂସଦ ନିଜେ ତାଙ୍କୁ ଉତ୍ତରୀୟ ଦିଅନ୍ତୁ। ଏନେଇ ସେ ଉଦ୍ୟମ କରିବା ବେଳେ ସଭାସ୍ଥଳରେ ତାଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ ସାଂସଦ ଚନ୍ଦ୍ରଶେଖର ସାହୁ।

ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ବିଜେଡି କର୍ମୀ ସଂଗ୍ରାମ ସାହୁ। ସାଂସଦ ତାଙ୍କ ଭାଇ ଭଳି, ସେ ତାଙ୍କ ଗାଲକୁ କେବଳ ଛୁଇଁ ଦେଇଥିଲେ ବୋଲି ସଂଗ୍ରାମ କହିଥିଲେ।

ଆହୁରି ପଢ଼ନ୍ତୁ

ସରପଞ୍ଚ ଗଣିବେ ଲକ୍ଷେ ଟଙ୍କା ଫାଇନ୍‌

ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଉପରକୁ ଆକ୍ରମଣ

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା…

କମିବ ଘରୋଇ ସ୍କୁଲ୍‌ ଫି !

ଭୁବନେଶ୍ୱରରୁ ୩୨୯ ପଜିଟିଭ ଚିହ୍ନଟ ଓ ୩୯୫ ସୁସ୍ଥ

ହାଇକୋର୍ଟରେ ମାମଲା ଦାୟର କଲେ ସମ୍ବିତ ପାତ୍ର

You might also like