ନେତାଙ୍କୁ ଭୁଲିଗଲେ କି ସରକାର ?

ଭୁବନେଶ୍ୱର: ନେତାଙ୍କୁ ଭୁଲିଗଲେ କି ସରକାର ? କରୋନା ଲଢ଼େଇରେ ବିଧାୟକଙ୍କୁ ବିଶ୍ୱାସକୁ ନେଇ କାର୍ଯ୍ୟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।

ଚିଠି ଲେଖି ସେ କହିଛନ୍ତି, ଗଞ୍ଜାମକୁ ୨ରୁ ୩ ଲକ୍ଷ ପ୍ରବାସୀ ବିଭିନ୍ନ ରାଜ୍ୟରୁ ଆସିବେ। ସ୍ଥାନୀୟ ବିଧାୟକମାନେ ସେମାନଙ୍କର ଅଞ୍ଚଳ ସହ ଭଲ ଭାବେ ପରିଚିତ। ତେଣୁ ବିଧାୟକଙ୍କ ସହ ଗାଁ କମିଟିକୁ କରୋନା ମୁକାବିଲା ଦାୟିତ୍ୱ ଦିଆଯାଉ। ଅଫିସରଙ୍କ ଅପେକ୍ଷା ସ୍ଥାନୀୟ ଲୋକଙ୍କୁ ଦାୟିତ୍ୱ ଦିଆଗଲେ ସମାଲୋଚନା ହେବାକୁ ପଡ଼ିବ ନାହିଁ ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି।

ଏହାସହ ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ସାଂସଦ ଓ ବିଧାୟକଙ୍କ ନେତୃତ୍ୱରେ କମିଟି କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ପାଇଁ ମଧ୍ୟ ସେ ଦାବି ରଖିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଏଭଳି ଚିଠି ଲେଖିବା ପଛରେ କାରଣ କ’ଣ ? କ’ଣ ନେତାମାନଙ୍କୁ ଭୁଲିଗଲେ କି ରାଜ୍ୟ ସରକାର ? ଅଫିସରଙ୍କ ଭିଡ଼ ଭିତରେ ସରକାର ନେତାମାନଙ୍କୁ ପାଶୋରି ଗଲେ କି ? ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

You might also like