ପରୀ ହତ୍ୟାକୁ ଏକ ଛୋଟିଆ ଅଘଟଣ କହିଲେ ବିଜେଡି ବିଧାୟକ

ଭୁବନେଶ୍ୱର: ପରୀ ହତ୍ୟା ଘଟଣାକୁ ନେଇ ବିଧାନସଭା ଅଚଳ। ପରୀ ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ହାତ ରହିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପି ରାସ୍ତାକୁ ଓହ୍ଲାଇଛି। ଏପରି ଏକ ସମ୍ବେଦନଶୀଳ ଘଟଣାକୁ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଏହାକୁ ଏକ ଅଛୋଟିଆ ଅଘଟଣ କହିଛନ୍ତି ଖଣ୍ଡପଡ଼ା ବିଧାୟକ ତଥା ବିଜେଡି ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ ।

ପରୀ ହତ୍ୟା ଘଟଣାରେ ବିଧାନସଭା ଅଚଳ ଘଟଣାକୁ ନେଇ ସାମ୍ବାଦିକମାନଙ୍କୁ ବିଧାୟକ ପଟ୍ଟନାୟକ କହିଥିଲେ, ଦୁଇଦିନ ଧରି ବିଧାନସଭା ଅଚଳ ଥିଲା। ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ ଦାବିକୁ ମାନି SIT ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ପରେ କାହାର ସଂପୃକ୍ତି ଜଣାପଡ଼ିଯିବ। ତେଣୁ ଏଥିପାଇଁ ବ୍ୟସ୍ତ ହେଲେ କ’ଣ ହେବ ?

ବିରୋଧୀଙ୍କ ଦାବିକୁ ନେଇ ମନ୍ତ୍ରୀଙ୍କୁ ବାହାର କରିଦେଲେ କ’ଣ ହୁଅନ୍ତା  ବୋଲି ସାମ୍ବାଦିକମାନଙ୍କର ଏକ ପ୍ରଶ୍ନର ଉତ୍ତରରେ ସୌମ୍ୟ କହିଥିଲେ ପରୀ ହତ୍ୟା ଘଟଣା ଏକ ଛୋଟିଆ ଅଘଟଣ । ପରବର୍ତ୍ତୀ ସମୟରେ ପୋଲିସ ଏହାକୁ ହତ୍ୟା ବୋଲି କହିଛି । ସେଥିରେ କାହାର ସଂପୃକ୍ତି ଅଛି କି ନାହିଁ ତଦନ୍ତରେ ଜଣାପଡ଼ିବ। ବିରୋଧୀ ଦଳ ଗୃହକୁ ଅଚଳ କରି ରଖିବାର କିଛି କାରଣ ନାହିଁ ବୋଲି କହିଛନ୍ତି ସୌମ୍ୟ।

 

ଦେଖନ୍ତୁ ଭାଇରାଲ୍‌ ହୋଉଛି ନୟାଗଡ଼ ପରୀ କେଶ୍‌ ସମ୍ପର୍କିତ ଅଡିଓ

You might also like