ବିଜେଡି ନେତା ପ୍ରଦୀପ ମହାରଥୀ ଗିରଫ

ପୁରୀ: ବିଜେଡି ନେତା ପ୍ରଦୀପ ମହାରଥୀ ଗିରଫ। ଫାର୍ମହାଉସ୍‌ରେ ଫ୍ଲାଇଂ ସ୍କ୍ୱାଡ୍‌ ମାଜିଷ୍ଟ୍ରେଟ୍‌ ଓ SST ଟିମ୍‌କୁ ଆକ୍ରମଣ ଘଟଣାରେ ପିପିଲି ଥାନା ପୁଲିସ୍‌ ପ୍ରଦୀପ ମହାରଥୀଙ୍କୁ ଆଜି ଗିରଫ କରିଛି।

ଗତକାଲି ରାତିରେ ମହାରଥୀଙ୍କ ଫାର୍ମହାଉସ୍‌ରେ SST ଟିମ୍ ଓ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ହୋଇଥିଲା।

ମହାରଥୀଙ୍କ ନାଁରେ ପୁଲିସ୍‌ ବହୁ ସଙ୍ଗୀନ ଦଫା ଲଗାଇଛି। ତାଙ୍କ ବିରୋଧରେ ଲାଗିଛି ଦଫା ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯ ଏହାସହ ଦଫା ୧୭୧ (ବି), ୧୮୬ ଏବଂ ଲୋକ ପ୍ରତିନିଧି ଆଇନ ୧୨୩। ମହାରଥୀ ନିଜେ ଗୋଡ଼େଇ ଗୋଡ଼େଇ ପିଟିଥିବା ନେଇ ଅଭିଯୋଗ ହୋଇଥିଲା। ଫାର୍ମ ହାଉସ୍‌ରେ ଚଢ଼ାଉ ବେଳେ ମହାରଥୀ ମାଡ଼ ମାରିଥିବା ନେଇ ନିଜେ ଫ୍ଲାଇଂ ସ୍କ୍ୱାଡ୍‌ ମାଜିଷ୍ଟ୍ରେଟ୍‌ ଅଭିଯୋଗ କରିଥିଲେ।

ଏହି ଘଟଣାରେ ମାଜିଷ୍ଟ୍ରେଟ୍‌ ଓ ଅନ୍ୟ ଆହତଙ୍କ ବୟାନ ଆଧାରରେ ପିପିଲି ଥାନାରେ ମାମଲା ରୁଜୁ ହୋଇଥିଲା।

ସୂଚନା ଅନୁସାରେ, ଗତକାଲି ରାତିରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମ ହାଉସ୍‌ରେ ମଦ ଓ ଟଙ୍କା ବଣ୍ଟା ଯାଉଥିବା ଖବର ପାଇ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ସେଠାକୁ ଚଢାଉ କରିବାକୁ ଯାଇଥିଲା। ସେହି ସମୟରେ ନିଜେ ପ୍ରଦୀପ ମହାରଥୀ, ଫାର୍ମ ହାଉସ୍ ଭିତରେ ପଶି ଟିମ୍ ସଦସ୍ୟମାନଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ରବି ନାରାୟଣ ଅଭିଯୋଗ କରିଥିଲେ।

ଏଥିରେ ସେ ନିଜେ ଆହତ ହେବା ସହ ଏଏସ୍‌ଆଇ ବିନୟ କୁମାର ଦାସ ଓ ତାଙ୍କ ଡ୍ରାଇଭର ଦୀପକ ଆହତ ହୋଇଥିବା ରବି ନାରାୟଣ କହିଥିଲେ। ସେହିପରି ଫ୍ଲାଇଂ ସ୍କ୍ୱାଡ୍‌ କ୍ୟାମେରାମ୍ୟାନ୍‌ଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଦୁର୍ବୃତ୍ତମାନେ କ୍ୟାମେରା ଭାଙ୍ଗି ଦେଇଥିବା ସୂଚନା ମିଳିଛି।

ଆହତ ମାଜିଷ୍ଟ୍ରେଟ୍‌ଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ପୁରୀ ଏସ୍‌ପି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ମାଜିଷ୍ଟ୍ରେଟ୍ ଓ ପୁଲିସ୍‌ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ଚାଲିଥିବା ଏସ୍‌ପି ସୂଚନା ଦେଇଥିଲେ।

ଆହୁରି ପଢ଼ନ୍ତୁ

କାହିଁକି ଦେବୀଙ୍କ ଘରେ ପଶିଲା CBI ?

ଭିନ୍ନ ଭିନ୍ନ ନମ୍ବର ପ୍ଲେଟ୍‌ ବ୍ୟବହାର କରାଯାଇ ବୋଲେରୋରେ ଏମିତି ଚାଲାଣ ହେଉଥିଲା ଗଞ୍ଜେଇ

ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ CBI ରେଡ୍‌

ପ୍ରକାଶ ପାଇଲା +୨ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ

Corona Deaths in Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୪,୧୮୦ କରୋନା ଆକ୍ରାନ୍ତ‌ ଚିହ୍ନଟ: ଖୋର୍ଦ୍ଧାରୁ ୬୮୮, କଟକରୁ ୪୯୨

ପୁରୀରେ ଚିନ୍ତା ବଢ଼ାଉଛି କରୋନା: ୮ ଦିନରେ ଦୁଇଗୁଣା ହେଲା ମୃତ୍ୟୁ ସଂଖ୍ୟା

ଟ୍ୱିନ୍‌ସିଟିରେ ଆକ୍ସନ ମୋଡ୍‌ରେ ପୋଲିସ୍: ସାବାଡ୍‌ ହେଉଛନ୍ତି କୋଭିଡ୍ ନିୟମ ଉଲ୍ଲଂଘନକାରୀ

‘ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ନିର୍ମାଣ ହେବ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି’

ଓଡ଼ିଶାରେ ଅତି ଭୟଙ୍କର ହେଲାଣି ଗୋଷ୍ଠୀ ସଂକ୍ରମଣ

ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା

ଆମେରିକାରେ ଜଲୱା ଦେଖାଲେ ଓଡ଼ିଆ ପୁଅ

You might also like