ବିଧାୟକ ଦେବୀ ମିଶ୍ର କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର: ଆଉ ଜଣେ ବିଧାୟକଙ୍କୁ କରୋନା। ବଡ଼ମ୍ବା ବିଧାୟକ ଦେବୀ ମିଶ୍ର କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। କରୋନା ପଜିଟିଭ ନେଇ ସେ ନିଜେ ସୂଚନା ଦେଇଛନ୍ତି। ଏନେଇ ସେ ତାଙ୍କର ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି।

ସେ ଲେଖିଛନ୍ତି ଯେ, ”ମୋର ହୋଇଥିବା ଟେଷ୍ଟିଂ ଆନୁଷ୍ଠନିକ କମ୍ୟୁନିକେସନରୁ କୋଭିଡ୍ ପଜିଟିଭ ବାହାରିଛି। ଅନ୍ୟ କର୍ମଚାରୀଙ୍କ ପରିବାର ବର୍ଗଙ୍କ ନେଗେଟିଭ ଆସିଛି। ଡ୍ରାଇଭରଙ୍କୁ ହେବାପରେ କାଲିଠାରୁ ମୁଁ ଆଇସୋଲେସନ୍‌ରେ ରହିଛି। ମୋର ଏବେ କୋଣସି ସଂକ୍ରମଣର ବାହ୍ୟ ଲକ୍ଷଣ ନାହିଁ। ତାପମାତ୍ରା, ଅକ୍ସିଜେନ ଲେବଲ ଠିକ୍ ଅଛି। କିନ୍ତୁ ମୁଁ ପୁରୁଣା ଡାଇବେଟିସ୍ ପୀଡିତ ଥିବାରୁ ଡାକ୍ତରଙ୍କ ପରାମର୍ଶ ନେଇଛି।”

ସେ ଆହୁରି ଲେଖିଛନ୍ତି ଯେ, ”ମୋଟାମୋଟି ମୋର ସ୍ୱାସ୍ଥ୍ୟ ଠିକ୍ ଅଛି। ମୁଁ ଜରୁରୀ କାମକୁ ଟେଲିଫୋନ୍‌ କନ୍ଫରେନ୍ସ ଜରିଆରେ କରୁଛି ଏବଂ କରିବି କିନ୍ତୁ ବର୍ତ୍ତମାନ କିଛି ଦିନ ପାଇଁ ଛୋଟ କଥାରେ ଯୋଗାଯୋଗ ନକରିବାକୁ ଅନୁରୋଧ।”

କରୋନା କବଳରେ ଜନପ୍ରତିନିଧି। ଆଗରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ସଂଜୀବ ମଲ୍ଲିକ, ବିଧାୟକ ଶ୍ରୀକାନ୍ତ ସାହୁ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର

ବରିଷ୍ଠ IPS ସ୍ତରରେ ଅଦଳବଦଳ

୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

You might also like