ଭୁବନେଶ୍ୱର: ବିଧାୟକ ପ୍ରଶାନ୍ତ ବେହେରା କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟର ଦ୍ୱିତୀୟ ବିଧାୟକ ଭାବେ ପ୍ରଶାନ୍ତ ବେହେରାଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏହା ପୂର୍ବରୁ ସୋମବାର ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ।
କଟକ ସାଲେପୁର ବିଧାୟକ ହେଉଛନ୍ତି ପ୍ରଶାନ୍ତ ବେହେରା। କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ପ୍ରଶାନ୍ତ ନୀଳଗିରି ବିଧାୟକଙ୍କ ସଂସ୍ପର୍ଶରେ ଆସିବାରୁ ତାଙ୍କୁ କରୋନା ସଂକ୍ରମଣ ହୋଇଥିବା ସୂଚନା ମିଳିଛି। ସୁକାନ୍ତ ବର୍ତ୍ତମାନ ବାଲେଶ୍ୱରରେ ଚିକିତ୍ସିତ ହେଉଛନ୍ତି।
ପ୍ରଶାନ୍ତଙ୍କର ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ଡ୍ରାଇଭର ମଧ୍ୟ ତାଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଇଛି। ଏ ନେଇ ସ୍ଥାନୀୟ ପ୍ରଶାସନ ବିଧାୟକଙ୍କ କଣ୍ଟାକ୍ଟ ଟ୍ରେସିଂ କାର୍ଯ୍ୟ ଆରମ୍ଭ କରିଦେଇଛି। ସେ କେଉଁ କେଉଁ ସ୍ଥାନକୁ ଯାଇଥିଲେ କେଉଁଠି ଯୋଗ ଦେଇଥିଲେ ସେ ନେଇ ଖୋଜା ଚାଲିଛି।