ହଟହଟା ହେଲେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର

ବାଲେଶ୍ୱର: ‘ମୁଁ ହିରୋ, ମୁଁ ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ହେଲେ ଅଧା ବାଟରେ ବିଜେଡି ବିଧାୟକଙ୍କୁ ହଟହଟା ହେବାକୁ ପଡ଼ିଛି।

ଗତକାଲି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଅନ୍ତର୍ଗତ ସମ୍ପରିଆ ପଞ୍ଚାୟତରେ ‘ମୁଁ ହିରୋ, ମୁଁ ଓଡ଼ିଶା’ କାର୍ଯ୍ୟକ୍ରମରେ ବିଧାୟକ ଅଶ୍ୱିନୀ ପାତ୍ର ଯୋଗ ଦେବାକୁ ଯାଉଥିବା ବେଳେ ବିଭିନ୍ନ ଦାବି ନେଇ ଲୋକମାନେ ଏହାର ପ୍ରତିବାଦ କରି ଅଧା ବାଟରେ କାର୍ଯ୍ୟକ୍ରମ ସ୍ଥଳୀରୁ କିଛି କି.ମି ଦୂରରେ ବିଧାୟକଙ୍କୁ ଅଟକାଇ ଥିଲେ।

ପଞ୍ଚାୟତ ନିର୍ବାଚନର ଦୁଇ ବର୍ଷ ପରେ ମଧ୍ୟ ସେଠାରେ କୌଣସି ଉନ୍ନୟନମୂଳକ କାମ ହୋଇନଥିବା ଅଭିଯୋଗ କରି ପ୍ରତିବାଦ କରିଥିଲେ ସ୍ଥାନୀୟ ଲୋକେ। ପଞ୍ଚାୟତ ଅଫିସ ନିର୍ମାଣ, ଚତୁର୍ଦ୍ଦଶ ଅର୍ଥ କମିଶନରେ କୌଣସି କାର୍ଯ୍ୟ ହୋଇନଥିବା ଅଭିଯୋଗ କରିବା ସହ କ୍ଷୋଭ ପ୍ରକାଶ କରି ସ୍ଥାନୀୟ ସରପଞ୍ଚଙ୍କ ନେତୃତ୍ୱରେ କିଛି ଲୋକ ବିଭିନ୍ନ ସ୍ଲୋଗାନ ଦେଇଥିଲେ।

ଏହାକୁ ନେଇ ବିଧାୟକଙ୍କ ସମର୍ଥକଙ୍କ ସହିତ ଏକ ପ୍ରକାର ଠେଲାପେଲା ହୋଇଥିଲା ବୋଲି ସୂଚନା ମିଳିଛି। ଶେଷରେ ବିଧାୟକ ସେଠାରୁ ଫେରି ଯାଇଥିବା ଜଣାପଡ଼ିଛି।

You might also like