ନିର୍ବାଚନ ଇସ୍ତାହାର ପାଇଁ ମତାମତ ସଂଗ୍ରହ କରିବ ବିଜେଡି

ଭୁବନେଶ୍ୱର :  ଆସନ୍ତାକାଲିଠୁ ନିର୍ବାଚନ ଇସ୍ତାହାର ପାଇଁ ମତାମତ ସଂଗ୍ରହ କରିବ ବିଜେଡି।  ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଏକ ଅଭିଯାନ ଆରମ୍ଭ କରିବ ବିଜୁ ଜନତା ଦଳ।  ଅଭିଯାନର ନାଁ ରହିଛି ‘ଘରେ ଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ’।

ନିର୍ବାଚନ ଇସ୍ତାହାର ପାଇଁ ୮୬ ଲକ୍ଷ ଘରେ ପହଞ୍ଚି ମତାମତ ସଂଗ୍ରହ କରାଯିବ।  ଏ ନେଇ ଆଜି ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ବିଜେଡି ନେତା ଅରୁଣ ସାହୁ ଓ ସସ୍ମିତ ପାତ୍ର।  ଏହାସହ ପ୍ରେସମିଟ୍‌ରେ ବିଜେପିକୁ ଟାର୍ଗେଟ କରିଛି ବିଜେଡି।  ଗତଥର ଓଡ଼ିଶା ପାଇଁ ଦେଇଥିବା ପ୍ରତିଶ୍ରୁତି ବିଜେପି ପାଳନ କରିନଥିବା କହିଛି ବିଜେଡି।

ତେଣୁ କେନ୍ଦ୍ରର ବିଜେପି ସରକାର ହେଉଛି ଜୁମ୍‌ଲା ସରକାର ବୋଲି ବିଜେଡି କହିଛି।ତେବେ ବିଜେଡିର ଏହି ଅଭିଯୋଗକୁ ନେଇ ବିଜେପିର ପ୍ରତିକ୍ରିୟା ମିଳିନାହିଁ।

You might also like