ପାରାଦୀପ: ପାରାଦୀପ ନିର୍ବାଚନ ମଣ୍ଡଳୀ କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଫତେପୁର ଗାଁରେ ଅନୁଷ୍ଠିତ ବିଜେଡି ଜନ ସଂପର୍କ ପଦଯାତ୍ରା ସମାବେଶରେ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ବିଜେଡି ନେତାମାନେ ଟାର୍ଗେଟ କରିଛନ୍ତି।
ଏହି ଅବସରରେ ଉପସ୍ଥିତ ବିଜେଡି ନେତାମାନେ ସିଧାସଳଖ ଦାମ ରାଉତଙ୍କୁ ଟାର୍ଗେଟ କରିଥିଲେ। ଯଦି ସତ୍ ସାହାସ ଅଛି ତେବେ ଦାମ ବାବୁ ମୋ ବିରୋଧରେ ଲଢନ୍ତୁ ବୋଲି କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ଦାମୋଦର ରାଉତଙ୍କୁ ଆହ୍ୱାନ ଦେଇଥିଲେ।
ଖାଲି ଏତିକି ନୁହେଁ ଦେବାଶିଷ କହୁ କହୁ ତାଙ୍କର ଶେଷ ଇଚ୍ଛା ବି ପ୍ରକାଶ କରି ଦେଇଥିଲେ। ସେ କହିଥିଲେ ‘ମୋର ଶେଷ ଇଚ୍ଛା, ଏଇ ଅଞ୍ଚଳ ପାଇଁ ଲଢ଼ିବି’।
ତେବେ ଏନେଇ ବିଧାୟକ ଦାମୋଦର ରାଉତଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।