‘ପ୍ରଦୀପଙ୍କ ଭାବୀ ଜ୍ୱାଇଁ ଆକାଶ ଚାକିରି ନାଁରେ ଲୋକଙ୍କୁ ଠକିଛନ୍ତି’

ଭୁବନେଶ୍ୱର: ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କୃତ କରାଯାଇଛି। ପ୍ରଦୀପ ପାଣିଗ୍ରାହୀଙ୍କ ବହିଷ୍କୃତ ପ୍ରସଙ୍ଗକୁ ନେଇ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚ୍ୟାଉପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପକୁ ମୁଁ ସ୍ୱାଗତ କରୁଛି। ଅଭୟକାନ୍ତ ପାଠକଙ୍କ ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ। ଓଡ଼ିଶା ଇତିହାସରେ ଭିଜିଲାନ୍ସ ରେଡ୍‌ କରି ଏତେ ସମ୍ପତ୍ତି କେବେ ଠାବ କରି ନାହାନ୍ତି। ଅଭୟଙ୍କ ପୁଅ ଆକାଶ ପାଠକ ପୁଣେରେ ଜାଲ୍ କମ୍ପାନୀ କରି ଚାକିରି ନାଁରେ ଲୋକଙ୍କୁ ଠକିଛନ୍ତି। ଭବିଷ୍ୟତରେ ଆକାଶ ପ୍ରଦୀପଙ୍କ ଜ୍ୱାଇଁ ହେବାର ପ୍ରସ୍ତାବ ଥିଲା।

ସେ ଆହୁରି କହିଛନ୍ତି, ‘ଦୁର୍ନୀତି ହେଉ କି ଚାକିରି ନାଁରେ ଠକେଇ ଏସବୁ ଜନ ବିରୋଧୀ କାର୍ଯ୍ୟ।ନିର୍ବାଚନମଣ୍ଡଳୀର ଲୋକେ ବି ତାଙ୍କ ଉପରେ ଅସନ୍ତୁଷ୍ଟ ଥଲେ। ବିଧାୟକଙ୍କ ନାଁରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଥିଲା।’

ସୂଚନାଥାଉ କି, ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କୃତ କରାଯାଇଛି।

ପଢ଼ନ୍ତୁ: ବିଜେଡିରୁ ବହିଷ୍କୃତ ହେଲେ ପ୍ରଦୀପ ପାଣିଗ୍ରାହୀ

You might also like