ଦୁର୍ଘଟଣାରେ ବିଜେଡି ନେତାଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: ଦୁର୍ଘଟଣାରେ ବିଜେଡି ନେତା ଦୀପ୍ତିକାନ୍ତ ପରିଜାଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ଟିକନପୁର-ବେଉଳ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, କାଲି ରାତିରେ ଦୀପ୍ତିକାନ୍ତ କାର୍‌ରେ ଘରକୁ ଫେରୁ ଥିଲେ। ଏହି ସମୟରେ ଟିକନପୁର-ବେଉଳ ରାସ୍ତା ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ବନ୍ୟା ପାଣି ଭିତରକୁ ପଶି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।