କେନ୍ଦ୍ର ବଢ଼ାଇଥିବା ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପର୍ଯ୍ୟାପ୍ତ ନୁହେଁ: ଦେବୀ ପ୍ରସାଦ ମିଶ୍ର

ଭୁବନେଶ୍ୱର: ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ କେନ୍ଦ୍ର ସରକାର ବଢ଼ାଇ ଥିବାରୁ ଏହା ଖୁସିର କଥା। ହେଲେ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ବିଜେଡି କହିଛି। କାଲି କେନ୍ଦ୍ର ମନ୍ତ୍ରୀ କହିଲେ ଉତ୍ପାଦନ ଖର୍ଚ୍ଚର ଦେଢ଼ ଗୁଣ ବଢ଼ିଛି। କିନ୍ତୁ ସେକଥା ଠିକ୍‌ ନୁହେଁ, ଦେଢ଼ ଗୁଣା ହେଲେ ପ୍ରାୟ ୩ ହଜାର ୩ଶହ ଟଙ୍କା ହେଉଛି ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର।

ଉତ୍ପାଦନ ଖର୍ଚ୍ଚ ଓ ଆନୁଷଙ୍ଗିକ ଖର୍ଚ୍ଚରେ ୧୦ ପ୍ରତିଶତ ଲାଭ ରହିଲେ ୨ ହଜାର ୯୩୦ ଟଙ୍କା ହେବ। ହେଲେ ଧାନର ସର୍ବନିମ୍ନ ସହାୟକ କୁଇଣ୍ଟାଲ ପିଛା ୫୩ ଟଙ୍କା ବଢ଼ାଯାଇ୧୮୬୮ଟଙ୍କା କରାଯାଇଛି। କରୋନା ପାଇଁ ଏବେ ଦେଶର ଅର୍ଥନୈତିକ ସ୍ଥିତି ଉପରେ ପ୍ରଭାବ ପଡ଼ିଛି। ତେବେ ଆମର ଦାବି ବଳବତ୍ତର ରହିବ ବୋଲି କହିଛନ୍ତି ଦେବୀ ପ୍ରସାଦ ମିଶ୍ର।

ଏବେ କରୋନା ମୁକାବିଲାରେ ଅଛୁ, ତେଣୁ ପ୍ରତିବାଦ, ଆନ୍ଦୋଳନ କି ଧର୍ମଘଟ ହେବନି। ବିଧାନସଭା ଚାଲିଲେ ପୁଣି ଏ ବିଷୟରେ ଆଲୋଚନା ହେବ ବୋଲି ଦେବୀ ମିଶ୍ର କହିଛନ୍ତି। ଏପଟେ କଂଗ୍ରେସ ମଧ୍ୟ ଏନେଇ ପ୍ରଶ୍ନ ଉଠାଇଛି। ସେପଟେ ଏନେଇ ପ୍ରତିକ୍ରିୟା ରଖିଛି ବିଜେପି। ଅନ୍ୟ ରାଜ୍ୟ ସହାୟତା ରାଶି ଭାବେ ବୋନସ ଦେଉଛନ୍ତି। ଏ ସରକାର ଦେଉ ନାହାଁନ୍ତି କାହିଁକି ବୋଲି ବିଜେପି ପ୍ରଶ୍ନ କରିଛି।

You might also like