ବିଜେଡି ନେତାଙ୍କ ଦାଦାଗିରି: ବୃଦ୍ଧଙ୍କୁ ମାଡ଼ ମାରିଲେ, ଠେଲିଦେଲେ

କଟକ: ସାମାନ୍ୟ ଡ୍ରେନ୍‌ ଚାମ୍ବରକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ ବିଜେଡି ନେତା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।  କଟକ ନଗର ବିଜେଡି ସାଧାରଣ ସମ୍ପାଦକ ତାପସ ମହାନ୍ତିଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି।

କଟକ ଜଗତପୁର ଥାନା ଅନ୍ତର୍ଗତ ପଣ୍ଡା ସାହିର ଲକ୍ଷ୍ମୀଧର ପଣ୍ଡା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ତାପସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀଧର ଅଭିଯୋଗ କରିଛନ୍ତି ଯେ, ଗତକାଲି ଅପରାହ୍ନରେ ତାପସଙ୍କ ସମେତ କିଛି ସ୍ଥାନୀୟ ଲୋକ ଏଠାକୁ ଆସିଥିଲେ। ତାଙ୍କ ଘରକୁ ଲାଗିଥିବା ଡ୍ରେନ୍ ଚାମ୍ବରକୁ ପ୍ରଥମେ ସେମାନେ(ତାପସ ଓ କିଛି ସ୍ଥାନୀୟ ଲୋକ) ଭଙ୍ଗାରୁଜା କରିଥିଲେ। ଏହାକୁ ବିରୋଧ କରିବାରୁ ତାପସ ଓ କିଛି ସ୍ଥାନୀୟ ଲୋକ ଲକ୍ଷ୍ମୀଧର ଓ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରିକି ତାପସ, ଲକ୍ଷ୍ମୀଧରଙ୍କୁ ଠେଲି ଦେବାସହ ଠେଙ୍ଗା ଉଠାଇଥିବା ଦେଖିବାକୁ ମିଳିଛି। ସେହି ସମୟର ଦୃଶ୍ୟ ସିସିଟିଭିରେ ବି କଏଦ୍ ହୋଇଛି।

ଏହି ଘଟଣାରେ ଜଗତପୁର ପୋଲିସ୍‌ ତାପସ ମହାନ୍ତିଙ୍କ ସମେତ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଏନେଇ ବିଜେଡି ନେତା ତାପସ ମହାନ୍ତିଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ

You might also like