କୋଭିଡ ନିୟମ ଭାଙ୍ଗିଲେ ବିଜେଡି ନେତା

ଖୋର୍ଦ୍ଧା: ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ନାଁରେ ଥାନାରେ ଦିଆଯାଇଛି ଏତଲା। ସେ କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି।  ଏ ନେଇ ଅରୂପ ପଟ୍ଟନାୟକଙ୍କ ବିରୋଧରେ ଏତଲା ଦେଇଛନ୍ତି ଇନ୍ଦ୍ରମଣି ରଣସିଂ ନାମକ ଜଣେ ବ୍ୟକ୍ତି।

ଇନ୍ଦ୍ରମଣି ବେଗୁନିଆ ଥାନାରେ ଏତଲା ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ,  ଅରୂପ ଗଡ଼ମାଣିତ୍ରୀ ଗାଁକୁ ଯାଇଥିବା ବେଳେ କୋଭିଡ୍ ନିୟମ ମାନିନଥିଲେ। ମାସ୍କ ପିନ୍ଧି ନଥିବା ଓ ସାମାଜିକ ଦୂରତା ନିୟମ ମାନିନଥିବା ଅଭିଯୋଗ କରିଛନ୍ତି ଇନ୍ଦ୍ରମଣି। ଇନ୍ଦ୍ରମଣି ଗ୍ୟାସ୍ ସିଲିଣ୍ଡର ଫାଟି ଆହତ ଏକ ପରିବାର ସଦସ୍ୟଙ୍କୁ ଭେଟିବାକୁ ଯାଇଥିଲେ। ହେଲେ ଯିବା ସମୟରେ କୋଭିଡ ନିୟମ ମାନି ନ ଥିଲେ। ତେବେ ଏନେଇ ଅରୂପ ପଟ୍ଟନାୟକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି। 

ସୂଚନାଥାଉ କି, କୋଭିଡ ନିୟମ ପାଳନକୁ ନେଇ ଏବେ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଛି। ନିକଟରେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ କୋଭିଡ ନିୟମ ମାନି ନ ଥିବା ଅଭିଯୋଗ ହେବା ପରେ ବିଏମ୍‌ସି ତାଙ୍କ କାର୍ଯ୍ୟାଳୟକୁ ୧୫ ଦିନ ପାଇଁ ସିଲ କରିଦେଇଥିଲା । ସେହିପରି ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ କରୋନା ଆକ୍ରାନ୍ତ ଦୁଇ ବିଜେଡି ନେତା ସ୍ୱର୍ଗଦ୍ୱାରକୁ ଯାଇଥିବା ଅଭିଯୋଗ ହେବା ପରେ ଏହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା।

ଆହୁରି ପଢ଼ନ୍ତୁ

You might also like