ଆରମ୍ଭରୁ ରାଜ୍ୟ ସରକାରଙ୍କୁ ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟ୍

ଭୁବନେଶ୍ୱର : ଅାରମ୍ଭରୁ ରାଜ୍ୟ ସରକାରଙ୍କୁ ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟ୍। ଭୁବନେଶ୍ୱରରେ ଦଳ ପକ୍ଷରୁ ଅାୟୋଜିତ ସମ୍ବର୍ଦ୍ଧନା ସଭାରେ ସିଧାସଳଖ ରାଜ୍ୟ ସରକାରଙ୍କୁ ସମାଲୋଚନା କରି, ପ୍ରାକୃତିକ ସମ୍ପଦରେ ଭରା ଓଡ଼ିଶା ଦରିଦ୍ର ଓ ପଛୁଅା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା।

ତାସହ ଅଭିଯୋଗ କରିଛନ୍ତି ବିକାଶ ଓ ପ୍ରଗତି ରାଜ୍ୟରେ ପଥଚ୍ୟୁତ ହୋଇଛି। ଅାଇନଶୃଙ୍ଖଳା ବିପର୍ଯ୍ୟୟ ହୋଇଥିବାବେଳେ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢି ଚାଲିଛି। ସ୍ୱଚ୍ଛ ଭାରତରେ ବି ଓଡ଼ିଶା ୨୯ ନମ୍ବର ସ୍ଥାନରେ ରହିଛି, ଯାହାକି ଲଜ୍ଜା। ଏବେ ଓଡ଼ିଶାରେ ପରିବର୍ତ୍ତନର ସମୟ ଅାସିଛି, ତେଣୁ ଓ୍ୱାନ୍ ଟିମ୍-ଓ୍ୱାନ୍ ଡ୍ରିମ୍ ନେଇ କାମ କରିବା ଦରକାର ବୋଲି କହିଛନ୍ତି ଅପରାଜିତା।

ତେବେ ଅପରାଜିତାଙ୍କ ଅଭିଯୋଗ ଉପରେ ଶାସକ ଦଳର ପ୍ରତିକ୍ରିୟା ମିଳିନାହିଁ।

You might also like