ସତ ପଚାରିବାରୁ ଚିହିଁକି ଉଠିଲେ ଅନୁଭବ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ନିର୍ବାଚନୀ ପ୍ରଚାରବେଳେ ସାମ୍ବାଦିକଙ୍କ ଉପରେ ଚିହିଙ୍କି ଉଠିଛନ୍ତି କେନ୍ଦ୍ରାପଡ଼ାର ବିଜେଡ଼ି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି। ଗତକାଲି କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନମଣ୍ଡଳୀରେ ଅନୁଭବ ରାଲି କରୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଅତିମାତ୍ରାରେ କ୍ଷୁବ୍ଧ ହୋଇପଡ଼ିଛନ୍ତି।

କେନ୍ଦ୍ରାପଡ଼ାରେ ନେତା, ଅଭିନେତା ଓ ଆଇନଜୀବୀଙ୍କ ମଧ୍ୟରେ ଲଢ଼େଇ ହେଉଛି କି ବୋଲି ପ୍ରଶ୍ନରେ ଅନୁଭବ ଭିଷଣ ମାତ୍ରାରେ ରାଗିଯାଇ କହିଛନ୍ତି, ଏହି ପ୍ରଶ୍ନ ଗଣମାଧ୍ୟମ ଦ୍ୱାରା ତିଆରି ହୋଇଥିବା ପ୍ରଶ୍ନ।

ସେହିପରି ଗତ ୫ ବର୍ଷ ଭିତରେ ରାଜ୍ୟ ସଭା ସଦସ୍ୟ ଭାବେ କଟକ ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ ପଚରାଯିବାରୁ ଅନୁଭବ ଚିଡ଼ିଯାଇ କହିଛନ୍ତି, ‘ଆପଣ ନିଜର ବ୍ୟକ୍ତିଗତ ଏଜେଣ୍ଡା ଧରି ଏଭଳି ପ୍ରଶ୍ନ କରୁଛନ୍ତି। ମୁଁ କାମ କରିଛି କି ନାହିଁ ସେ ବାବଦରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ମୋ କାମର ହିସାବ ନିଅନ୍ତୁ’।

‘ମୋ ବିରୋଧରେ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଅପପ୍ରଚାର କରୁଛି। ଆଗାମୀ ଦିନରେ ଉକ୍ତ ଗଣମାଧ୍ୟମ ମୁହଁମାଡ଼ି ପଡ଼ିବ’। ଅନ୍ୟପଟେ ଏହାର ଜବାବରେ ବୈଜୟନ୍ତ ପଣ୍ଡା ଜଣେ ସ୍ୱାଭିମାନୀ ବ୍ୟକ୍ତି  ତାଙ୍କ ବିରୋଧରେ ଲଢୁଥିବା ଲୋକ ବେଇମାନ ହୋଇଥିବେ ବୋଲି ବିଜେପି ମହାକାଳପଡ଼ା ପ୍ରାର୍ଥୀ ବିଜୟ ପ୍ରଧାନ କହିଛନ୍ତି।

You might also like