‘ବିଜେଡି ସମ୍ପୂର୍ଣ୍ଣ ଭାବରେ ମୁଷ୍ଟିମେୟ ଅଣ ଓଡ଼ିଆ ଅଫିସରଙ୍କ ନିୟନ୍ତ୍ରଣରେ’

ଭୁବନେଶ୍ୱର: ପାଟକୁରା ବିଧାନସଭା ନିର୍ବାଚନ ଫଳାଫଳ ପରେ ବିଜେଡି ଉପରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ବର୍ଷିଛନ୍ତି। ସେ କହିଛନ୍ତି, ‘ପାଟକୁରାରେ ବିଜେଡି ସରକାର ଓ ଦଳ କିଲ୍ ବିଜୟ ପ୍ରୋଜେକ୍ଟ କରିଥିଲେ। ପାଟକୁରାରେ ନିର୍ବାଚନ ବେଳେ କରିଥିବା ଘେରାବନ୍ଦୀ କୌଣସି ନକ୍ସଲ ଅଞ୍ଚଳଠୁ କମ୍ ନ ଥିଲା।’

ପରୋକ୍ଷରେ ନବୀନଙ୍କ ଉଦେଶ୍ୟରେ ମନ୍ତବ୍ୟ ରଖି ବିଜୟ କହିଛନ୍ତି, ‘ସମସ୍ତଙ୍କ ରାଜନୈତିକ ଜୀବନରେ ଏକଦା ପୂର୍ଣ୍ଣଛେଦ ପଡ଼େ। ଦିନେ ତାଙ୍କର ବି ପଡ଼ିବ। ତେବେ ବିଜେଡି କହିଲେ କିଛି ଅଣ ଓଡ଼ିଆ ବ୍ୟୁରୋକ୍ରାଟଙ୍କୁ ବୁଝାଏ।’

ସେ ଆହୁରି କହିଛନ୍ତି, ‘କିଛି ମୁଷ୍ଟିମେୟ ଅଣ ଓଡ଼ିଆ ଅଫିସର ବିଜେଡିକୁ ନିୟନ୍ତ୍ରଣ କରୁଛନ୍ତି।’

ତାଙ୍କ ଦଳ ବିଜେପି ଓ ଦଳର ନେତାଙ୍କ ପକ୍ଷରୁ ଏ ନିର୍ବାଚନରେ ସବୁ ପ୍ରକାର ସହଯୋଗ ମିଳିଥିବା ବିଜୟ ମହାପାତ୍ର କହିଛନ୍ତି।

You might also like