ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି।

ହିଞ୍ଜିଳି କାଟୁର ବହୁ ବୁଥ୍‌ରେ ରିଗିଂ କରାଯାଇଛି। ତାଙ୍କ ନାଁରେ ୪ଟି ମିଥ୍ୟା ମାମଲା ମଧ୍ୟ ହୋଇଛି। ବର୍ତ୍ତମାନ ବିଜେଡି ଆଉ ବିଜୁ ଜନତା ଦଳ ହୋଇ ନାହିଁ। ପାଣ୍ଡିଆନ୍ ଜନତା ଦଳ ହୋଇଯାଇଛି ବୋଲି ପୀତାମ୍ବର ଅଭିଯୋଗ କରିଛନ୍ତି।

ଏଥିସହ  ସୋରଡ଼ା ବିଜେପି ପ୍ରାର୍ଥୀଙ୍କ ନାଁରେ ମିଥ୍ୟା ମାମଲା ରୁଜୁ କରାଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ତେବେ ପୀତାମ୍ବରଙ୍କ ଅଭିଯୋଗକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ

You might also like