ବିଜେଡିକୁ ଦାମ ବାଣ
ଭୁବନେଶ୍ୱର : ରାଜ୍ୟ ରାଜନୀତି ସହ ବିଭିନ୍ନ ପ୍ରସଙ୍ଗରେ ପୁଣି ଥରେ ଗୁମର ଖୋଲିଛନ୍ତି ଦଳର ବରିଷ୍ଠ ନେତା ଦାମୋଦର ରାଉତ। ସ୍ଥିତିକୁ ଦେଖି ବିଜେଡିର ନୀତି ବଦଳୁଛି ବୋଲି କହିଛନ୍ତି ଦାମ। ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ ସେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ।
ତାସହ ବିଜେଡିରେ କୌଣସି ସମ୍ବିଧାନ ନାହିଁ ବୋଲି ଦାମ ମତ ରଖିଛନ୍ତି। ବ୍ଲାକରୋଜ୍ ସହ ବିଜେଡିର କେମିତି ରହିଛି ଲିଙ୍କ୍, ସେନେଇ ମଧ୍ୟ ଦାମ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଖୋଲାକଥା କାର୍ଯ୍ୟକ୍ରମରେ। ରାଜ୍ୟରେ ଜନପ୍ରତିନିଧି ହେଉଛନ୍ତି ସରକାର, ବ୍ୟୁରୋକ୍ରାଟ୍ ନୁହଁନ୍ତି ବୋଲି କହିବା ସହ ବ୍ୟୁରୋକ୍ରାଟ ଶାସନ ରାଜ୍ୟକୁ ରସାତଳକୁ ନେବ ବୋଲି ଦାମ କହିଛନ୍ତି । ତେବେ ଦାମଙ୍କ ଏଭଳି ମନ୍ତବ୍ୟ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।