ବିଜେଡି ପ୍ରତିଷ୍ଠା ଦିବସ ବନାମ କଂଗ୍ରେସ କଳା ଦିବସ

ଭୁବନେଶ୍ୱର: ଆଜି ବିଜେଡି ପ୍ରତିଷ୍ଠା ଦିବସ ପାଳୁଥିବା ବେଳେ ପ୍ରତି ପଞ୍ଚାୟତରେ କଳା ଦିବସ ପାଳୁଛି କଂଗ୍ରେସ। ଏହି ଅବସରରେ ରାଜ୍ୟ ସରକାଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନବୀନ କେବଳ ବିକାଶର ଚିତ୍କାର କରୁଛନ୍ତି ବୋଲି କହିଛନ୍ତି ନିରଞ୍ଜନ।

ଏହାସହ ରାଜ୍ୟ ସରକାରଙ୍କ ବିଫଳତାର ତାଲିକା ଦେଇ ଏହାକୁ ବିଜେଡିର ବିକାଶ ବୋଲି କହି କଟାକ୍ଷ କରିଛନ୍ତି ନିରଞ୍ଜନ।

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କେବଳ ହାସ୍ୟାସ୍ପଦ, କ୍ଷମତାକୁ ଆସିଲେ ଆମେ ସ୍ୱତନ୍ତ୍ର ପ୍ୟାକେଜ୍‌ ଦାବି କରିବୁ ବୋଲି ପିସିସି ସଭାପତି କହିଛନ୍ତି।

ଆଜି ବିଜେଡି ପ୍ରତିଷ୍ଠା ଦିବସ ପାଳୁଥିବା ବେଳେ ସମ୍ବିଧାନରେ ପଞ୍ଚାୟତକୁ ଦିଆଯାଇଥିବା ଅଧିକାରକୁ କ୍ଷୁଣ୍ଣ କରାଯାଉଥିବା ଅଭିଯୋଗ କରି କଂଗ୍ରେସ କଳାଦିବସ ପାଳୁଛି। ମୁହଁରେ କଳା ପଟି ବାନ୍ଧି ଦଳ ଏହାର ପ୍ରତିବାଦ କରିଛି। ‘ପିଠା’ ଓ ‘ଆମ ଗାଁ ଆମ ବିକାଶ’ ଯୋଜନା ମାଧ୍ୟମରେ ପଞ୍ଚାୟତର କ୍ଷମତାକୁ ସଙ୍କୁଚିତ କରିବା ଉଦ୍ୟମ ହେଉଥିବା ଅଭିଯୋଗ କରିଛି ଦଳ।

You might also like