• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ରାଉରକେଲା: କଳାହାଣ୍ଡି ପରେ ସୁନ୍ଦରଗଡ଼ରେ ହେବ ବିଜେଡି ସରକାରର ମେଗା ସୋ। ଆଉ ଆସନ୍ତାକାଲି ରାଉରକେଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ ପାଇଁ ବିପିୟୁଟି ପରିସରରେ ପ୍ରସ୍ତୁତ ହେଉଛି ମଂଚ। ଏହାସହ ସହରରେ ଛାଇ ଯାଇଛି ବଡ ବଡ ପୋଷ୍ଟର ଆଉ ବ୍ୟାନର୍। କାର୍ଯ୍ୟକ୍ରମ ପୂରା ସରକାରୀ ହୋଇଥିବା ବେଳେ ସବୁଆଡେ ଦେଖିବାକୁ ମିଳିଛି କେବଳ ଦଳର ଛାପ। ତେଣୁ ଏହି ମେଗା ଇଭେଣ୍ଟକୁ ସଫଳ କରିବା ପାଇଁ ଜିଲ୍ଲାରେ ଡେରା ପକାଇଛନ୍ତି ୧୭ ମନ୍ତ୍ରୀ , ୭୦ରୁ ଅଧିକ ବିଧାୟକ ଓ ଦଳର ଅନେକ ବରିଷ୍ଠ ନେତା।

ବିଭିନ୍ନ ବ୍ଲକରେ ମନ୍ତ୍ରୀ ଓ ବରିଷ୍ଠ ନେତାମାନଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ପଂଚାୟତସ୍ତରରେ ବିଧାୟକ ଓ ନେତାମାନେ ତଦାରଖ କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ, ଅଧିକାଂଶ ପଂଚାୟତରେ LEDର ବ୍ୟବସ୍ଥା ବି କରାଯାଉଛି। ଆସନ୍ତାକାଲି ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ୍ ନିର୍ମାଣର ଭିତ୍ତି ପକାଇବାର କାର୍ଯ୍ୟକ୍ରମ ରହିଛି। କେବଲ ଏତିକି ନୁହେଁ ଏହାସହ ଜିଲ୍ଲାର ସବୁ ବ୍ଲକରେ ଆଷ୍ଟ୍ରୋଟର୍ଫ ବିଛାଇବା କାମର ଶୁଭ ଦେବାର ବି କାର୍ଯ୍ୟକ୍ରମ ରହିଛି। ଏହାବ୍ୟତୀତ ରାଉରକେଲା ସ୍ମାର୍ଟ ସିଟି ଓ ଅନ୍ୟ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କିରବେ ବୋଲି ସୂଚନା ରହିଛି। ଆଉ  ମୁଖ୍ୟମନ୍ତ୍ରୀ ଗସ୍ତ ପୂର୍ବରୁ ସହରରେ ଏତେ ସଂଖ୍ୟାରେ ମନ୍ତ୍ରୀ ଓ ନେତାଙ୍କ ଉପସ୍ଥିତିକୁ ହଜମ କରିପାରିନାହାନ୍ତି ବିରୋଧୀ।

ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇ କହିଛନ୍ତି ଯେ, ନିଶ୍ଚିତ ଭାବରେ ଫୋକସରେ ପଶ୍ଚିମ ଓଡ଼ିଶା ରହିଛି। ପାଖାପାଖି ୪ ହଜାର ୮ ଶହ କୋଟି ଟଙ୍କା ଉର୍ଧ୍ୱର ପ୍ରୋଜେକ୍ଟର ଶୁଭ ଦେବେ ଓ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଶେଷକରି ବିଶ୍ୱସ୍ତରୀୟ ହକି ଷ୍ଟାଡ଼ିୟମର ଶୁଭ ଦିଆଯିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିବା ବିଧାୟକ କହିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ସୁନ୍ଦରଗଡ ସାଂସଦ ଜୁଏଲ ଓରାମ। ସେ କହିଛନ୍ତି ଯେ, ଏହି ଜିଲ୍ଲାରେ ରାଜ୍ୟ ସରକାରଙ୍କ ଜଣେ ହେଲେ ବି ମନ୍ତ୍ରୀ ନାହାନ୍ତି। ଅନେକ କାମ ହେବାକୁ ଥିଲେ ବି ଜମି ଅଧିଗ୍ରହଣ ହୋଇପାରିନାହିଁ। କାମ କଲେ ସିନା ଲୋକମାନେ ବିଶ୍ୱାସ କରିବେ ବୋଲି ଜୁଏଲ କହିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ଜଜ ତିର୍କୀ। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପାଣିର ଗାର ସାଙ୍ଗେ ସମାନ। ୨୦୦୪ ମସିହାରୁ ଆଜିଯାଏଁ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। କିନ୍ତୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ତେଣୁ ଆସନ୍ତାକାଲିକୁ ଆମେ ଧୋକା ଦିବସ ପାଳନ କରିବୁ ବୋଲି କଂଗ୍ରେସ ନେତା ଜଜ ତିର୍କୀ କହିଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ପଶ୍ଚିମ ଓଡ଼ିଶାରେ ବିଜେଡି ନିଜ ସ୍ଥିତି ସୁଧାରିବାକୁ ପ୍ରୟାସ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି ।ସୁନ୍ଦରଗଡ଼ ଜିଲ୍ଲାରେ ହକି ଲୋକଙ୍କ ଭାବାବେଗ ସହ ଜଡ଼ିତ ଥିବାରୁ, ତାହା ପାଲଟିଛି ବିଜେଡି ରାଜନୀତିର ମାଧ୍ୟମ । ଗତ ପଂଚାୟତ ନିର୍ବାଚନରେ ସୁନ୍ଦରଗଡ଼ ଜିଲ୍ଲାର ୩୫ଟି ଜିଲ୍ଲା ପରିଷଦ ଜୋନରୁ ବିଜେଡି ମାତ୍ର ୧୪ଟି ଜିତିଥିଲା କିନ୍ତୁ କଂଗ୍ରେସ୍ ସଦସ୍ୟଙ୍କ ସମର୍ଥନରେ ଅଧ୍ୟକ୍ଷ ପଦ ହାତେଇଥିଲା। ଆଉ ସେହିପରି ଗତ ସାଧାରଣ ନିର୍ବାଚନରେ ବିଜେଡି ଏଠାରେ ଲୋକସଭା ସିଟ୍ ହରାଇବା ସହ ୭ଟି ବିଧାନସଭା ସିଟରୁ ମାତ୍ର ଦୁଇଟି ଜିତିପାରିଥିଲା। ଯାହାକୁ ନେଇ ରାଜନୀତି ମଧ୍ୟ ବେଶ ସରଗରମ ହୋଇଥିଲା। ଆଉ ଏହାରି ମଧ୍ୟରେ ପାଖେଇ ଆସୁଛି ପଂଚାୟତ ନିର୍ବାଚନ। ତେବେ ଆଗାମୀ ନିର୍ବାଚନରେ କେମିତି ଦଳ ଭଲ ପ୍ରଦର୍ଶନ କରିବା ତାକୁ ଫୋକସ କରାଯାଉଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।

କହିବାକୁ ଗଲେ, ପଶ୍ଚିମ ଓଡ଼ିଶାରେ ବର୍ତ୍ତମାନ ସମୟରେ ବିଜେପିର ଦବଦବା ରହିଛି। ଆଉ ଦୁର୍ବଳ ଅବସ୍ଥାରେ ରହିଛି କଂଗ୍ରେସ୍। ତେଣୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ପ୍ୟାକେଜ୍ ମାଧ୍ୟମରେ ବିଜେଡି ତାର ଲୋକପ୍ରିୟତା ବଢ଼ାଇବାକୁ ଭରପୁର୍ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି।

ରାଉରକେଲାରୁ ପବନ ତିଓ୍ୱାରୀ, ସୁନ୍ଦରଗଡରୁ ବିଜୟ ବରୁଆ ଓ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ 

Bjd-focous-in-sundargarh
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories