କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ଶଶିଭୂଷଣ ବେହେରା ହେଲେ ପ୍ରାର୍ଥୀ

ଭୁବନେଶ୍ୱର : କେନ୍ଦ୍ରାପଡ଼ାରୁ ବିଜେଡି ପ୍ରାର୍ଥୀ ହେଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ବିଜେଡି ଆଜି ଏହି ଆସନ ପାଇଁ ଶଶିଭୂଷଣଙ୍କ ନାଁ ଘୋଷଣା କରିଛି।

ଶଶିଭୂଷଣ ଖୋର୍ଦ୍ଧା ଜୟଦେବ ଆସନରୁ ବିଧାୟକ ଥିବା ବେଳେ ସେଠାରେ ଅରବିନ୍ଦ ଢାଲିଙ୍କୁ ଏଥର ପ୍ରାର୍ଥୀ କରାଯାଇଥିବାରୁ ଶଶୀଭୁଷଣ ଟିକେଟରୁ ବାଦ୍ ପଡ଼ିଥିଲେ। ତେବେ ଏହାକୁ ନେଇ ଶଶି ଅସନ୍ତୋଷ ପ୍ରକାଶ କରିଥିବା ବେଳେ ତାଙ୍କ ସମର୍ଥକ ନବୀନ ନିବାସ ଆଗରେ ବିକ୍ଷୋଭ ଓ ପ୍ରତିବାଦ କରିଥିଲେ।

ତେବେ ଆଜି ଶେଷ ମୁହୂର୍ତ୍ତରେ ଶଶିଙ୍କୁ ଦଳ ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳୀୟ ଟିକେଟ୍ ଦେଇ କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ ଘୋଷଣା କରିଥିବା ବିଜେଡି ରାଜ୍ୟ ସମ୍ପାଦକ ଏକ ପ୍ରେସ୍‌ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି। ଶଶିଭୂଷଣଙ୍କୁ ଟିକେଟ୍ ଦେବା ପରେ ବିଜେଡି ସମସ୍ତ ୧୪୭ଟି ଯାକ ଆସନରେ ପ୍ରାର୍ଥୀ ଘୋଷଣା ଶେଷ କରିଛି।

You might also like