ବିଜେଡିର ସାଙ୍ଗଠନିକ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡିର ସାଙ୍ଗଠନିକ ସ୍ତରରେ ଅଦଳବଦଳ। ବିଭିନ୍ନ ଜିଲ୍ଲାର ସାଂଗଠନିକ ସ୍ଥିତି ମଜଭୁତ କରିବା ପାଇଁ ଦଳର ବରିଷ୍ଠ ନେତାଙ୍କୁ ନିଯୁକ୍ତ କରାଯାଇଛି। ଏନେଇ ଦଳର ସାଧାରଣ ସମ୍ପାଦକ ପ୍ରଶାନ୍ତ ନନ୍ଦ ଆଜି ଏହି ସୂଚନା ଦେଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ ଦଳରେ ଏହି ଅଦଳବଦଳ କରାଯାଇଛି।

ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଜଗତସିଂହପୁର ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ଦିଆଯାଇଛି। ସେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ଦାମୋଦର ରାଉତଙ୍କ ବିରୋଧରେ ସେ ନବୀନଙ୍କ ନିକଟରେ ଫେରାଦ ହୋଇଥିଲେ।

ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଅବିଭକ୍ତ କୋରାପୁଟ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ।

ସେହିପରି ପ୍ରତାପ ଜେନାଙ୍କୁ ଜଗତସିଂହପୁର ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଏଥିସହ ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ତାଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ବିଜୟ କୁମାର ନାୟକ ଢ଼େଙ୍କାନାଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ, ନୃସିଂହ ସାହୁ ଦଳର ସାଧାରଣ ସମ୍ପାଦକ ଓ ପ୍ରଫୁଲ୍ଲ ମଲ୍ଲିକ ଢ଼େଙ୍କାନାଳ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ତୁଲାଇବେ । ଅନ୍ୟପଟେ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ଭାବେ କାର୍ଯ୍ୟଭାର ତୁଲାଇବେ ।

You might also like