ପଦାରେ ପଡ଼ିଲା ବ୍ରହ୍ମଗିରି ବିଜେଡିର ଗୋଷ୍ଠୀ କନ୍ଦଳ

ବ୍ରହ୍ମଗିରି  : ପଦାରେ ପଡ଼ିଲା ବ୍ରହ୍ମଗିରି ବିଜେଡିର ଗୋଷ୍ଠୀ କନ୍ଦଳ। ବିଧାୟକ ସଂଜୟ କୁମାର ଦାସବର୍ମା କର୍ମୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଏହାର ବିରୋଧରେ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ବରାଳ ଗାଁ ଗାଁ ବୁଲି ବୈଠକ କରୁଛନ୍ତି।

ଗତକାଲି ରାତିରେ ବ୍ରହ୍ମଗିରି ପଂଚାୟତ ପାଦୁକାର ଠାକୁରାଣୀ ପୀଠରେ ଅନୁଷ୍ଠିତ ବୈଠକରେ ପ୍ରସନ୍ନ କୁମାର ବରାଳ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେପଟେ ଏନେଇ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

 

You might also like