ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ 

ବାଲେଶ୍ୱର: ବସ୍ତା ନିର୍ବାଚନ ମଣ୍ଡଳୀରେ ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖା ଦେଇଛି। ଗତ ୨୫ ତାରିଖରେ ଡଗରା ପଞ୍ଚାୟତରେ ସାଂସଦ ରବୀନ୍ଦ୍ର ଜେନା ଜନସଂପର୍କ ପଦଯାତ୍ରା କରିଥିଲେ। ସେହି ପଦଯାତ୍ରାକୁ ପଞ୍ଚାୟତର କେତେକ ବିଜେଡି କର୍ମୀଙ୍କ ସହ ଜନ ପ୍ରତିନିଧିଙ୍କୁ ଡକାଯାଇ ନଥିବା ଅଭିଯୋଗ ହୋଇଥିଲା।

ଅନ୍ୟପକ୍ଷରେ ସାଂସଦଙ୍କ ବିରୋଧୀ ଗୋଷ୍ଠୀ କୁହାଯାଉଥିବା କିଛି ନେତା ଓ ପ୍ରାୟ ୩ ହଜାର କର୍ମୀ ସେହି ପଞ୍ଚାୟତରେ ବିଜେଡି ବ୍ୟାନର୍‌ରେ ଆଉ ଏକ ଶୋଭାଯାତ୍ରା କରିବା ସହ ସାଂସଦଙ୍କ ବିରୋଧରେ ସ୍ଳୋଗାନ୍‌ ଦେଇଥିଲେ।

ଏହି ରାଲିରେ ଲଗାଯାଇଥିବା ବ୍ୟାନର୍‌ରେ ମୁଖ୍ୟମନ୍ତ୍ରୀଙ୍କ ସହ ବସ୍ତା ବିଧାୟକ ନିତ୍ୟାନନ୍ଦଙ୍କ ସାହୁଙ୍କ ଫଟୋ ରହିଥିବା ବେଳେ ସାଂସଦଙ୍କ ଫଟୋ ଦେଖିବାକୁ ମିଳିନଥିଲା।

ସାଂସଦ, ମୂଳ ବିଜେଡି କର୍ମୀମାନଙ୍କୁ ଅଣଦେଖା କରୁଛନ୍ତି ବୋଲି ଏହି ଗୋଷ୍ଠୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିଦ୍ରୋହୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯିବ ବୋଲି ସାଂସଦ ରବୀନ୍ଦ୍ର ଜେନା କହିଛନ୍ତି।

 

You might also like