ମୁଖ୍ୟମନ୍ତ୍ରୀଙ୍କ କାଳିଆ ଫେରାଦି

ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ ଯାଇ ଫେରାଦ ହେଲେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାଳିଆ ଟଙ୍କା ଅଟକାଯିବା ନେଇ ଫେରାଦ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସିଇଓଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର କାଳିଆ ଯୋଜନା ଟଙ୍କା ଅଟକାଇବା ଦୁର୍ଭାଗ୍ୟଜନକ। କେନ୍ଦ୍ର ସରକାରଙ୍କ ଯୋଜନା ଚାଲୁଥିବାବେଳେ କାଳିଆ ଅଟକା ଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ। ଚାଷୀଙ୍କ ପାଇଁ କାଳିଆ ଟଙ୍କା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

କାଳିଆ ନେଇ ବିଜେପି ଅଭିଯୋଗ କରିଥିବା ଶୁଣିଛି ଏବଂ ବିଜେପିକୁ ଚାଷୀମାନେ ଉପଯୁକ୍ତ ଜବାବ ଦେବେ ବୋଲି ନବୀନ କହିଛନ୍ତି।

 

You might also like