• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ମହଙ୍ଗା ପ଼ଡିଲା ମାଜିଷ୍ଟ୍ରେଟଙ୍କୁ ମାଡ଼। ଗିରଫ ହେଲେ ପ୍ରଦୀପ ମହାରଥୀ। ପିପିଲି ବିଧାୟକ ତଥା ଏଥର ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଗିରଫ ପରେ କରାଯାଇଥିଲା କୋର୍ଟ ଚାଲାଣ। ମହାରଥୀଙ୍କ ବିରୋଧରେ ଲାଗିଛି ହତ୍ୟା ଉଦ୍ୟମ ଭଳି ସଂଗୀନ ଦଫା।

ପୁରା ଘଟଣା ଥିଲା ଏମିତି। ରବିବାର ରାତି ୧୧ଟା ୪୫। ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମ ହାଉସରେ ମଦ ଓ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ପାଇ ପହଞ୍ଚିଥିଲା ଫ୍ଳାଇଂ ସ୍କ୍ୱାର୍ଡର ତିନୋଟି ଗାଡ଼ି। ଫାର୍ମ ହାଉସ୍ ଫାଟକ ପାଖରେ ୨ଟି ଗାଡ଼ି ପହଁଞ୍ଚିବା ପରେ ସନ୍ଦିଗ୍ଧ ଅବସ୍ଥାରେ ଏକ ସ୍କୁଟିରେ ଟଙ୍କା ଥିବା ସନ୍ଦେହରେ ଯାଞ୍ଚ ପାଇଁ ଯାଇଥିଲେ ସ୍କ୍ୱାର୍ଡର ଟିମ୍‌। ଠିକ୍‌ ସେତିକି ବେଳେ ପହଁଞ୍ଚିଯାଇଥିଲେ ଖୋଦ୍ ମହାରଥୀ ମାଜିଷ୍ଟ୍ରେଟଙ୍କ ଗାଡିକୁ ଅଟକାଇଥିଲେ ମହାରଥୀଙ୍କ ସମର୍ଥକ।

ସ୍କ୍ୱାର୍ଡର ନେତୃତ୍ୱ ନେଉଥିବା ମାଜିଷ୍ଟ୍ରେଟ ରବିନାରାୟଣ ପାତ୍ରଙ୍କ ସୂଚନା ଅନୁସାରେ ମହାରଥୀ ଓ ତାଙ୍କ ସମର୍ଥକ ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ରେଡ୍ କରିବାକୁ ଫାର୍ମ ହାଉସ ଭିତରକୁ ପଶିବାକୁ ଦେଇନଥିଲେ ମହାରଥୀ ଓ ତାଙ୍କ ସମର୍ଥକ। ହକି ଷ୍ଟିକ୍‌ ଓ ଠେଙ୍ଗା ଧରି ଗୋଡାଇ ଗୋଡାଇ ପିଟିଥିଲେ। ମାଡ଼ ଖାଇ ସେଠାରୁ ଗୋଟିଏ ଗାଡ଼ିରେ ଫେରିଆସିଥିଲେ ସ୍କ୍ୱାର୍ଡ।

ତେବେ ଆକ୍ରମଣରେ ରବିନାରାୟଣଙ୍କ ସମେତ  ପୁଲିସ ଏଏସଆଇ ବିନୟ କୁମାର ଦାସ  ଓ ଡ୍ରାଇଭର ଦୀପକ ଆହତ ହୋଇଛନ୍ତି। ଫ୍ଳାଇଂ ସ୍କ୍ୱାର୍ଡର କ୍ୟାମେରାମ୍ୟାନଙ୍କୁ ମଧ୍ୟ ଆକ୍ରମଣ କରି ତାଙ୍କ କ୍ୟାମେରା ଭାଙ୍ଗିଦେଇଥିଲେ ମହାରଥୀଙ୍କ ସମର୍ଥକ। ଗୁରତର ଆହତ ରବିନାରାୟଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସୋମବାର ଦିନ ୨ଟା। ଥାନାରେ ହାଜର ହେଲେ ମହାରଥୀ। ପଚାର ଉଚାର ପରେ ମହାରଥୀଙ୍କୁ ଗିରଫ କଲା ପୁଲିସ। ତାଙ୍କ ବିରୋଧରେ ଲଗାଇଲା ହତ୍ୟାପାଇଁ ଉଦ୍ୟମ ଦଫା ୩୦୭ରୁ ଆରମ୍ଭ କରି ୩୫୩, ୩୪୧, ୩୩୨, ୧୪୭,୧୪୮,୧୪୯ ଦଫା ବି ଲାଗିଛି। ଏହା ସହ  ୧୭୧ ବି ,୧୮୬ ଓ ଏବଂ ଲୋକ ପ୍ରତିନିଧି ଆଇନ ୧୨୩ରେ ମାମଲା ରୁଜୁ କରିଛି ପୁଲିସ। ଗିରଫ ପରେ ମହାରଥୀଙ୍କୁ କୋର୍ଟ ଫରଓ୍ୱାର୍ଡ କରାଯାଇଥିଲା। ପୁରୀ ଏସପି କହିଛନ୍ତି ମହାରଥୀଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି। ଏହି ଘଟଣାରେ ଆହୁରି ୧୦ରୁ ୧୫ ଜଣ ସଂପୃକ୍ତ ଥିବା ମଧ୍ୟ ଏସ୍‌ପି କହିଛନ୍ତି।

ଏପଟେ ନିର୍ବାଚନୀ ହିଂସା ଓ ମାଜିଷ୍ଟ୍ରେଟଙ୍କୁ ମାଡ଼ ମରା ଅଭିଯୋଗ ନେଇ ମହାରଥୀଙ୍କୁ ସିଧା ନିଶାନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ଗିରଫ ପୂର୍ବରୁ ସୋଶାଲ ମଡିଆରେ ଏକ ଭିଡିଓ ପୋଷ୍ଟ କରି ନିଜକୁ ନିର୍ଦ୍ଦୋଷ ବୋଲି କହିଛିନ୍ତି ମହାରଥୀ।

ଆସନ୍ତାକାଲି ଭୋଟ୍ ଥିବାରୁ ମହାରଥୀଙ୍କ ଗିରଫଦାରି ପରେ ପିପିଲିରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ମହାରଥୀଙ୍କ ପୂର୍ବରୁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଇଭିଏମକୁ କ୍ଷତି ପହଁଞ୍ଚାଇବା ଅଭିଯୋଗରେ ସୋରଡାର ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଶୋୟୀଙ୍କୁ ପୁଲିସ ଗିରଫ କରିଥିଲା।

https://youtu.be/hnkJ9XJzAtA

Bjd-candidate-pradeep-maharathy-arrested-for-attacking-magistrate
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories