ବିଜେଡି ବିରୋଧରେ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଲା କଂଗ୍ରେସ

ତିର୍ତ୍ତୋଲ: ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡିର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି।  ଏ ନେଇ କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି ।

ଗୋପାଳପୁର ପଞ୍ଚାୟତ କିର୍ତ୍ତନପୁର ଗାଁରେ ଏକ କମ୍ୟୁନିଟି କେନ୍ଦ୍ରକୁ ବିଜେଡି ତାର କାର୍ଯ୍ୟାଳୟ କରିଥିବା କଂଗ୍ରେସ ଅଭିଯୋଗ ଆଣିଛି । ସରକାରୀ କାର୍ଯ୍ୟାଳୟକୁ ବିଜେଡି ନିଜର ନିର୍ବାଚନ କାର୍ଯ୍ୟାଳୟ କରିବା ସରକାରଙ୍କ ସ୍ୱଚ୍ଛତାକୁ ପଦାରେ ପକାଇ ଦେଇଛି। ଥିବା କହିଛି କଂଗ୍ରେସ । ତେଣୁ ମୁଖ୍ୟ ନିର୍ବାଚନ ଅଧିକାରୀ ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ ଦାବି କରିଛି।

You might also like