ସୋହେଲା ଗୁଳିମାଡ଼କୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ
ବରଗଡ଼: ବରଗଡ଼ ଜିଲ୍ଲା ସୋହେଲା ଗୁଳିମାଡ଼ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସୁଶାନ୍ତ ସିଂ ଏହାକୁ ରାଜନୈତିକ ହିଂସା ବୋଲି କହିବା ସହ ସିଧାସଳଖ ବିଜେପି ଓ ଜୟନାରାୟଣ ମିଶ୍ରଙ୍କୁ ଟାର୍ଗେଟ୍ କରିଛନ୍ତି। ଏହି ଗୁଳିକାଣ୍ଡରେ ଜୟନାରାୟଣ ଜାମିନରେ ବାହାରିବା ପରର ସାଇଡ୍ ଇଫେକ୍ଟ ବୋଲି ମନ୍ତ୍ରୀ କହିଛନ୍ତି। ଏହାସହ ବିଜେପି ବନ୍ଧୁକ ମୁନରେ ଭଟ୍ଲି ନିର୍ବାଚନ ମଣ୍ଡଳୀରେ ଶାସନ କରିବାକୁ ଚାହୁଁଛି ବୋଲି ସୁଶାନ୍ତ ଅଭିଯୋଗ କରିଛନ୍ତି।
ଏହାର ଜବାବରେ ଜୟନାରାୟଣ କହିଛନ୍ତି, କାମଳ ରୋଗୀକୁ ସବୁ ହଳଦିଆ ଦେଖାଯାଏ। ସେପଟେ ଗୁଳିମାଡ଼ରେ ଆହତ ସତ୍ୟନାରାୟଣ ଦାଶଙ୍କ ଚିକିତ୍ସା ବୁର୍ଲା ମେଡିକାଲ୍ରେ ଚାଲିଛି। ଗତରାତିରେ ସୋହେଲା ଡେଲି ମାର୍କେଟ୍ରେ ଏହି ଗୁଳିମାଡ଼ ପରେ ଉତ୍ତ୍ୟକ୍ତ ଲୋକେ ଏକ ପାନ ଦୋକାନ ଓ ଏକ ମୋଟରସାଇକେଲ୍ ପୋଡ଼ି ଦେଇଥିଲେ।