ମହିଳା ସଶକ୍ତୀକରଣକୁ ନେଇ ବିଜେଡି-ବିଜେପି ଟ୍ୱିଟ୍ ଓ୍ୱାର୍

ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ସୁରକ୍ଷା ଓ ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗ ନେଇ ସୋସିଆଲ୍‌ ମିଡିଆରେ ବିଜେଡି ଓ ବିଜେପି ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ଟ୍ୱିଟ୍‌ କରିଥିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାଶ। ଯାହାର ପାଲଟା ଜବାବ ଦେଇଛନ୍ତି ବିଜେପି ସାାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର। ପ୍ରଣବ ଧର୍ମେନ୍ଦ୍ରଙ୍କୁ ଟାଗ୍‌ କରି ଟ୍ୱିଟ୍‌ କରି ଲେଖିଥିଲେ ଯେ, ଆମ ମୁଖ୍ୟମନ୍ତ୍ରୀ ଚାହାଁନ୍ତି ଆମର ମା’ ଓ ଭଉଣୀମାନେ ସଂସଦ ଓ ବିଧାନସଭାରେ ବସି ଦେଶର ଭାଗ୍ୟ ନିର୍ଦ୍ଧାରଣ କରନ୍ତୁ। ଆପଣ କ’ଣ ଚାହାଁନ୍ତି ମହିଳାମାନେ ଘରର ଚାରି କାନ୍ଥ ଭିତରେ ରହି କେବଳ ରୋଷେଇ କରନ୍ତୁ? ଆମ ମା’ ଓ ଭଉଣୀମାନେ ଆଜି ବି ଚମତ୍କାର ରୋଷେଇ କରନ୍ତି। ସୁଯୋଗ ମିଳିଲେ ସେମାନେ ଦେଶ ମଧ୍ୟ ଚଳାଇ ପାରିବେ।

ପ୍ରଣବଙ୍କ ଏହି ଟ୍ୱିଟ୍‌ର ଜବାବ ଦେଇ ଲେଖାଶ୍ରୀ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଚାରିକାନ୍ଥ ଭିତରେ ବାନ୍ଧି ଓଡ଼ିଶାର ମା’, ଭଉଣୀ, ଶିଶୁଙ୍କୁ ବଳାତ୍କାର,ହତ୍ୟା ଓ ତସ୍କରୀ ଭଳି ରାକେଟ ଚଳାଇଛନ୍ତି। ଆପଣଙ୍କ ଦଳର ମା’ ଭଉଣୀଙ୍କୁ ସଂସଦ ଓ ବିଧାନସଭାରେ ବି ମୁହଁରେ ତୁଣ୍ଡି ବାନ୍ଧି ରଖିଛନ୍ତି। ବିଜେପି ଭଳି ମହିଳାଙ୍କୁ ଶାସନର କ୍ଷମତା କେନ୍ଦ୍ରରେ ରଖନ୍ତୁ ତା’ପରେ ମହିଳା ସଶକ୍ତୀକରଣକୁ କଥା କହିବେ।

 

You might also like