ମୁଁ ରେସ୍‌ରେ ନଥିଲି: ସ୍ୱରୂପ

ଭୁବନେଶ୍ୱର: ବାଲେଶ୍ୱର ସସ୍‌ପେନ୍ସରେ ସର୍‌ପ୍ରାଇଜ୍ ଦେଲେ ବିଜେଡି ସୁପ୍ରିମୋ। ଆଦୌ ଆଲୋଚନାରେ ନଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ପୂର୍ବତନ କାଉନସିଲର ସ୍ୱରୂପ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚର୍ଚ୍ଚାରେ ଅନେକ ନେତା ଥିଲେ ବି ସ୍ୱରୂପଙ୍କୁ ପ୍ରାର୍ଥୀ ଘୋଷଣା କରିଯାଇଛି।

ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ପତ୍ନୀ ସୁଭାଷିନୀ ଜେନା ଚର୍ଚ୍ଚାରେ ଥିଲେ। ଏମିତିକି ଜୀବନ ପ୍ରଦୀପ ଦାସ, ଅରୁଣ ଦେ, ଚଳଚ୍ଚିତ୍ର ଅଭିନେତା ଅରିନ୍ଦମ ରାୟଙ୍କ ନାଁ ବି ଚର୍ଚ୍ଚାରେ ରହିଥିଲା।

ପ୍ରାର୍ଥୀ ଘୋଷଣା ପରେ ସ୍ବରୂପ ଦାସଙ୍କ ଓଟିଭିକୁ କହିଛନ୍ତି ଯେ ମୁଁ ରେସ୍‌ରେ ନଥିଲି। ମୁଁ ଖୁସି ଅଛି, ପ୍ରାର୍ଥୀ ହେବା ନେଇ ଆଦୌ ଜାଣିନଥିଲି। ଦଳ ସମସ୍ତ ଡାଟା ନେଇ ପୂରା ରଣକୌଶଳରେ ଲଢ଼େ।ସେମିତି ଡାଟା ନେଇ ଯୋଜନା ପ୍ରସ୍ତୁତ କରି ପ୍ରାର୍ଥୀ କରିଥିବେ ବୋଲି ସେ କହିଛନ୍ତି।

You might also like