ବିଧାନସଭା ଲାଗି ଶାସକ ବିଜେଡି ଏବଂ କଂଗ୍ରେସର ବୈଠକ ଶେଷ

ଭୁବନେଶ୍ୱର: ଆସନ୍ତା ବିଧାନସଭା ଲାଗି ଶାସକ ବିଜେଡି ଦଳ ବୈଠକ ଶେଷ ହୋଇଛି। ଆସନ୍ତା ଅଧିବେଶନରେ ଗୃହରେ ୧୦ଟି ବିଲ୍ ଆସିବା ନେଇ ବୈଠକ ପରେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ ଆରୁଖ। ତା ସହିତ ବିରୋଧୀଙ୍କ ସବୁ ପ୍ରସଙ୍ଗକୁ ସାମ୍ନା କରିବାକୁ ଦଳ ପ୍ରସ୍ତୁତ ବୋଲି ବିକ୍ରମ ଆରୁଖ କହିଛନ୍ତି।

ଅନ୍ୟପଟେ ବିଧାନସଭା ଅଧିବେଶନ ଲାଗି କଂଗ୍ରେସ ବିଧାୟକ ଦଳ ବୈଠକ ମଧ୍ୟ ଶେଷ ହୋଇଛି। ବୈଠକରେ ଆସନ୍ତା ଅଧିବେଶନରେ ଦଳର ରଣନୀତିକୁ ନେଇ ଆଲୋଚନା ହୋଇଛି। ଗୃହରେ ହାଜତ ମୃତ୍ୟୁ ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି ହୋଇଥିବା ବେଳେ ରାଜ୍ୟର ବେକାରୀ ଓ ଶ୍ରମିକ ସମସ୍ୟା ଉପରେ ଗୁରୁତ୍ୱ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ମାଲକାନଗିରି ଜିଲ୍ଲାପାଳଙ୍କ ହତ୍ୟା ମାମଲାରେ ସଂପୃକ୍ତି କଥା ମଧ୍ୟ ଉଠାଯିବ ବୋଲି କଂଗ୍ରେସର ବରିଷ୍ଠ ନେତା ତାରା ବାହିନୀପତି ସୂଚନା ଦେଇଛନ୍ତି।

You might also like