ଓଟିଭି ବିରୁଦ୍ଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ବିଜେଡି

ନମ୍ବର ଓ୍ୱାନ୍ ଚ୍ୟାନେଲର କଣ୍ଠରୋଧ କରିବାକୁ ଉଦ୍ୟମ କରିଛି ବିଜେଡି

ଭୁବନେଶ୍ୱର : ଓଟିଭି ବିରୁଦ୍ଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ଶାସକ ବିଜେଡି। ଭୋଟ ପୂର୍ବର ବ୍ୟାନ୍ ୪୮ ଘଣ୍ଟା ସମୟରେ ବିଜେପି କରିଥିବା ସାମ୍ବାଦିକ ସମ୍ମିଳନୀର ଓଟିଭି ସିଧା ପ୍ରସାରଣ କରିବା ଦୁର୍ଭାଗ୍ୟଜନକ ଓ ଏହା ନିର୍ବାଚନ କମିଶନଙ୍କ ଗାଇଡ୍‌ ଲାଇନ୍ ଉଲ୍ଲଙ୍ଘନ କରୁଛି। ତେଣୁ ଓଟିଭି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡିର ଅଭିଯୋଗକୁ OTV ଖଣ୍ଡନ କରିଛି। କହିଛି , ଆଜି ଓଟିଭିରେ ଏଭଳି କୌଣସି କାର୍ଯ୍ୟକ୍ରମର ଆଦୌ ସିଧା ପ୍ରସାରଣ କରାଯାଇନାହିଁ। ଓଟିଭି ବିରୁଦ୍ଧରେ ବିଜେଡିର ଏଭଳି ଆକ୍ରୋଶ ନୂଆ ନୁହେଁ।

ତେବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡିର ଅଭିଯୋଗକୁ OTV ଖଣ୍ଡନ କରିଛି। କହିଛି , ଆଜି ଓଟିଭିରେ ଏଭଳି କୌଣସି କାର୍ଯ୍ୟକ୍ରମର ଆଦୌ ସିଧା ପ୍ରସାରଣ କରାଯାଇନାହିଁ। ଓଟିଭି ବିରୁଦ୍ଧରେ ବିଜେଡିର ଏଭଳି ଆକ୍ରୋଶ ନୂଆ ନୁହେଁ। ପୂର୍ବରୁ ଅନେକ ଥର ଏଭଳି ଆକ୍ରୋଶ ରଖି ଦଳ ଓଟିଭିର ପ୍ୟାନେଲ ଡିସ୍‌କସନ କାର୍ଯ୍ୟକ୍ରମକୁ ମଧ୍ୟ ବୟକଟ୍ କରିବା ସହ ଖବର ସଂଗ୍ରହ ଲାଗି ନବୀନନିବାସ ପ୍ରବେଶ ଉପରେ ବି କଟକଣା ଲଗାଇଛି। ଏହା ସହ ଚ୍ୟାନେଲର କଣ୍ଠରୋଧ କରିବାକୁ ଦଳ ଉଦ୍ୟମ କରିଛି।

You might also like