ମୃତ ବ୍ୟକ୍ତିକୁ ବଞ୍ଚାଇବାକୁ ଶବାଗାର ଭିତରେ ଝଡ଼ାଫୁଙ୍କା!
କଳାହାଣ୍ଡି: ମୃତ ବ୍ୟକ୍ତିକୁ ବଞ୍ଚାଇବାକୁ ଶବାଗାର ଭିତରେ ଝଡ଼ାଫୁଙ୍କା! ଆଉ ଜୀବନ ଫେରାଇ ଆଣିବାକୁ ଚାଲିଛି ଅପଚେଷ୍ଟା। ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି।
ସୂଚନା ଅନୁସାରେ, ଗତକାଲି କେସିଙ୍ଗା ଡୁମେରିମୁଣ୍ଡା ଗାଁର ଜଣେ ବ୍ୟକ୍ତିଙ୍କୁ ସାପ କାମୁଡ଼ିବା ପରେ ତାଙ୍କୁ ପ୍ରଥମେ କେସିଙ୍ଗା ମେଡିକାଲ୍ ଓ ପରେ ଅବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ମୃତଦେହକୁ ଶବାଗାରରେ ରଖାଯାଇଥିଲା।
କିନ୍ତୁ ବଞ୍ଚିବା ଆଶାରେ ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ବଳପୂର୍ବକ ଶବାଗାର ଖୋଲାଇ ଗୁଣିଆ ଡାକି ଝଡ଼ା ଫୁଙ୍କା କରାଇଥିଲେ ବୋଲି ଜଣାପଡ଼ିଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଝଡ଼ାଫୁଙ୍କା ବନ୍ଦ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।