ଅଜବ ଚିକିତ୍ସା ; କାମୁଡି କାମୁଡି ରୋଗ ଭଲ କରୁଛି ଗୁଣିଆ

 ମାଲକାନଗିରି ( ଜିତେନ୍ଦ୍ର ବେଉରା) : ବି‍ଜ୍ଞାନର ଅଗ୍ରଗତି ଫଳରେ ମଣିଷ ଚନ୍ଦ୍ର ପୃଷ୍ଠରେ ପାଦ ଥାପିଲାଣି। ଦିନକୁ ଦିନ ଚିକିତ୍ସା ବିଜ୍ଞାନରେ ମଧ୍ୟ ପରିବର୍ତ୍ତନ ଆସିଲାଣି । ବିଭିନ୍ନ ରୋଗର ନିରାକରଣ ପାଇଁ ଡାକ୍ତରୀବିଦ୍ୟାରେ ଅନେକ ଉନ୍ନତି ହେଲାଣି । ହେଲେ ଏବେବି ଅନ୍ଧବିଶ୍ୱାସରୁ ମୁକୁଳିପାରିନାହାଁନ୍ତି  ଲୋକେ।

ରୋଗ ଭଲ ହେବା ପାଇଁ ଡାକ୍ତରଖାନା ଯିବା ବଦଳରେ କାମୁଡା ଚିକିତ୍ସା ଉପରେ ଭରସା କରୁଛନ୍ତି କିଛି ଆଦିବାସୀ ଲୋକେ। ମାଲକାନଗିରି ଜିଲ୍ଲା କାଲିମେଳା ଅଂଚଳରେ ଏବେ ଦେଖିବାକୁ ମିଳିଛି ଏଭଳି ଘଟଣା।

ଜଣେ ଗୁଣିଆ ରୋଗ ଭଲ କରିବା ପାଇଁ ଶରୀରକୁ କାମୁଡ଼ି ରୋଗ ଭଲ କରୁଛନ୍ତି। ଆଉ ସେଠାର ଆଦିବାସୀ ଲୋକେ ଏହି ଚିକିତ୍ସାର ଅନ୍ଧଗଳିରେ ପଡିଯାଇଛନ୍ତି। ଗୁଣିଆ ଜଣକ ମହିଳାଙ୍କ ଦେହ ସାରା କାମୁଡି ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ ଉର୍ମାଗୁଡାର ଦୁଲେ ବେଟୀ ନାମକ ଜଣେ ମହିଳା  ତିନି ଦିନ ହେବ ଜ୍ୱରରେ ଆକ୍ରାନ୍ତ ଥିଲେ। ଭୀଷଣ ଜ୍ୱର ସାଙ୍ଗକୁ ହାତଗୋଡ଼ ବ୍ୟଥା ହେଉଥିଲା। ଏଭଳି ସ୍ଥିତିରେ ସେ ଚିକିତ୍ସା ପାଇଁ ଜଣେ ସ୍ଥାନୀୟ ଗୁଣିଆ ନିକଟକୁ ଯାଇଥିଲେ। ସେ ତାଙ୍କୁ ଝଡଫୁଙ୍କା କରିବା ସହ କାମୁଡ଼ି କାମୁଡି ଚିକିତ୍ସା କରୁଥିବା ଦେଖିବାକୁ ମିଳିଥିଲା। ଗୁଣିଆ ଜଣକ ଗୋଟିଏ ହାତରେ ମୟୂରପୁଚ୍ଛ ଏବଂ ଅନ୍ୟ ହାତରେ ଚାଉଳ ଧରି ଝଡ଼ାଫୁଙ୍କା କରିବା ଓ ମଝିରେ ମଝିରେ କାମୁଡ଼ି ଚିକିତ୍ସା କରୁଥିବା ଦେଖାଯାଇଥିଲା।

ଏଭଳି ଚିକିତ୍ସା ଗାଁରେ ପ୍ରଥମ ଥର ନୁହେଁ; ଏହା ପୂର୍ବରୁ ମଧ୍ୟ ଲୋକେ ଚିକିତ୍ସା ପାଇଁ ଗୁଣିଆ ଉପରେ ନିର୍ଭର କରୁଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ

ପୁଣି ଚର୍ଚ୍ଚାରେ ରିଟର୍ଣ୍ଣିଂ ଅଫିସର

କମ୍‌ଦାମରେ ଖୁବ୍‌ଶୀଘ୍ର ଲଞ୍ଚ୍ ହେବ ଏହି ଆଇଫୋନ୍‌; ଆପଣ ବି କିଣିପାରିବେ

ଇଣ୍ଟର୍‌ନେଟ୍‌ ଓ ସିମ୍‌ ଅନ୍‌ ରହିବ କିନ୍ତୁ କଲ୍‌ ଆସିବନି ଚାହୁଁଛନ୍ତି ? ଜାଣନ୍ତୁ ସିକ୍ରେଟ୍‌ ଟ୍ରିକ୍ସ

ଏସ୍‌ପି ଅଫିସ ଆଗରେ ଜୋତା ସଫା କରୁଛନ୍ତି ଅବସରପ୍ରାପ୍ତ ଏସ୍‌ପି

ଦାଦାଙ୍କ ପ୍ରେମ କାହାଣୀ : ନିଜର ପ୍ରେମିକାଙ୍କୁ ଉଠାଇ ନେଇ ପଳାଇଥିଲେ ସୌରଭ

ଅସରପା ଟାଣୁଛି ସିଗାରେଟ୍‌ ! ଭିଡିଓ ଭାଇରାଲ

ଘରେ ବସି ଶସ୍ତାରେ ଗିଫ୍ଟ କରନ୍ତୁ 4G ଫୋନ୍‌

ରାଜଧାନୀରେ ପାର୍କିଂ କେଳେଙ୍କାରୀ

ବାଳିକା ବିଦ୍ୟାଳୟକୁ କମ୍‌ ବୟସର ପୁରୁଷ ଶିକ୍ଷକଙ୍କୁ ମନା !

ବିସ୍ମୟ ବାଳିକାଙ୍କ ଅବିଶ୍ୱସନୀୟ କାର୍ଯ୍ୟ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ

ଲୁଟିବା ବଦଳରେ ବୃଦ୍ଧାଙ୍କ ମଥାରେ ଚୁମ୍ବନ ଦେଲେ ଲୁଟେରା

ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ ସୁସ୍ମିତା

You might also like