ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପିପିଲିର କଂଗ୍ରେସ ପ୍ରାର୍ଥୀ

କଂଗ୍ରେସ କଲା ପ୍ରାର୍ଥୀ ଘୋଷଣା

ପିପିଲି: ପିପିଲି ଲାଗି କଂଗ୍ରେସ କଲା ପ୍ରାର୍ଥୀ ଘୋଷଣା। ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲିର କଂଗ୍ରେସ ପ୍ରାର୍ଥୀ। ବିଶ୍ୱକେଶନଙ୍କ ନାଁ ଘୋଷଣା କଲେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ। ତେବେ ପିପିଲିରେ କଂଗ୍ରେସ ପ୍ରାର୍ଥୀ ଅଜିତ୍‌ ମଙ୍ଗରାଜଙ୍କର  ଦେହାନ୍ତ ହେବା ପରେ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ଅନେକ ଅଙ୍କକଷା ଚାଲିଥିଲା। ଆଉ ଏହାରି ମଧ୍ୟରେ ଦଳ ନିଜ ପ୍ରାର୍ଥୀ ନାଁ ଘୋଷଣା କରିଛି।
ତେବେ ଏହାରି ମଧ୍ୟରେ ପିପିଲିର ପୂର୍ବନିର୍ଧାରିତ ତାରିଖ ମଧ୍ୟ ଘୁଂଚାଇ ଦିଆଯାଇଛି । ଭୋଟ୍ ତାରିଖ ପରିବର୍ତ୍ତନ କରିଥିଲେ ନିର୍ବାଚନ କମିଶନ। ମେ’ ୧୩ ବଦଳରେ ଏଣିକି ମେ’ ୧୬ରେ ହେବ ଭୋଟ ଗ୍ରହଣ। ମେ’ ୧୯ରେ ହେବ ଭୋଟ ଗଣତି । ତେବେ ନିର୍ବାଚନ ଘୁଞ୍ଚିବାର ମୁଖ୍ୟ କାରଣ ଇଦ୍-ଉଲ୍- ଫିତର ବୋଲି ଦର୍ଶାଯାଇଛି। ମେ’ ୧୩ରେ ଇଦ୍-ଉଲ-ଫିତର ପଡ଼ୁଥିବାରୁ ନିର୍ବାଚନ ଘୁଞ୍ଚାଯାଇଛି।ପିପିଲି କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଏପ୍ରିଲ ୧୪ରେ ଅକସ୍ମାତ ବିୟୋଗ ପରେ ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ପରେ ଉପନିର୍ବାଚନ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିଲ। ସେଥିରେ ମେ’ ୧୩ରେ ନିର୍ବାଚନ ହେବ ବୋଲି କୁହାଯାଇଥିଲା। ହେଲେ ଏବେ ତାହା ମେ’ ୧୬ ତାରିଖକୁ ଘୁଞ୍ଚିଛି। ଅନ୍ୟପଟେ ପୂର୍ବରୁ ଏପ୍ରିଲ ୨୬ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ବୋଲି କୁହାଯାଇଥିଲା। ଯାହାକି ଅପରିବର୍ତ୍ତିତ ରହିଛି। ସେହିଭଳି ଏପ୍ରିଲ ୨୭ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ ଏବଂ ଏପ୍ରିଲ ୨୯ ତାରଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ‌ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା। ତାହା ମଧ୍ୟ ଅପରିବର୍ତ୍ତିତ ରହିଛି।

You might also like